Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଂଲାଦେଶରେ ବଢ଼ୁଥିବା ଟେନସନକୁ ନେଇ ପୂରା ପ୍ରସ୍ତୁତ ଭାରତ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାଂଲାଦେଶରେ ବଢ଼ୁଥିବା ଟେନସନକୁ ନେଇ ପୂରା ପ୍ରସ୍ତୁତ ଭାରତ ସରକାର

ଅର୍ଗସ ବ୍ୟୁରୋ:  ଭାରତ ଆଉ ବାଂଲାଦେଶ । ଦୁଇ ପଡ଼ୋଶୀ । ବାଂଲାଦେଶର ଜନ୍ମ ବି ହୋଇଥିଲା ଭାରତ ପାଇଁ । ଭାରତର ସମସ୍ତ ପଡ଼ୋଶୀ ଦେଶ ଭାବେ ବାଂଲାଦେଶ ହିଁ ଭାରତ ସହ ଅଧିକ ସମ୍ପୃକ୍ତ । ଉଭୟ ଦେଶ ମଧ୍ୟରେ 4096 କିମି ଲମ୍ବା ସୀମା ଥିବା ବେଳେ ଆସାମ ସହ 262 କିମି, ମେଘାଳୟ ସହ 443 କିମି, ମିଜୋରାମ ସହ 318 କିମି, ତ୍ରିପୁରା ସହ  856 କିମି ଓ ପଶ୍ଚିମବଙ୍ଗ ସହ ସର୍ବାଧିକ 2217 କିମି ସୀମା ସଂଲଗ୍ନ । ତେଣୁ ସ୍ବାଭାବିକ ଭାବେ ବାଂଲାଦେଶରେ ବଢ଼ୁଥିବା  ଟେନସନ ଏବେ ଭାରତ ଆଗରେ ଏହି ସବୁ ସମସ୍ୟା ଛିଡ଼ା କରାଇଛି । 
1.    ବାଂଲାଦେଶ ସୀମାରେ ଅନୁପ୍ରବେଶ
2.    ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ
3.    ଶରଣାର୍ଥୀ ସମସ୍ୟା- ବାଂଲାଦେଶରୁ ସଂଖ୍ୟାଲଘୁମାନେ ଭାରତ ସୀମାରେ ଅନୁପ୍ରବେଶ କରିପାରନ୍ତି
4.    ଆତଙ୍କବାଦ ସମସ୍ୟା ବି ବଢ଼ିବା ଆଶଙ୍କା
5.    ପାକିସ୍ତାନର ହସ୍ତକ୍ଷେପ ସ୍ବାଭାବିକ ବଢ଼ିବ
6.    ଭାରତ ବିରୋଧୀ ଗତିବିଧି ବି ତୀବ୍ର ହେବ
7.    ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଅରାଜକତା ବୃଦ୍ଧି

ତେଣୁ ଏଭଳି ସ୍ଥିତିରେ ବାଂଲାଦେଶ ସ୍ଥିତିକୁ ନେଇ ସଜାଗ ହୋଇଛି ଭାରତ । ପ୍ରଧାନମନ୍ତ୍ରୀ କାଲି ccs ବୈଠକରେ ପୂରା ଅପଡେଟ୍ ନେଇଥିବା ବେଳେ ଆଜି ସର୍ବଦଳୀୟ ବୈଠକରେ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ । ସଂସଦର ଉଭୟ ଗୃହରେ ମନ୍ତବ୍ୟ ରଖିବା ସହ ଭାରତ ପୂରା ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି । ପ୍ରାୟତଃ ଜୁନରୁ ହିଁ ଅଧିକାଂଶ ଛାତ୍ର ଭାରତ ଚାଲି ଆସିଥିଲେ । ତେଣୁ ଏୟାରଲିଫ୍ଟିଂର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଜୟଶଙ୍କର । ତେବେ ବାଂଲାଦେଶରେ ଥିବା ୧୯ ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ଉପରେ ସରକାର ବିଚାର କରୁଛନ୍ତି । ସେପଟେ ବିଏସଏଫ ଡିଜି ଦଲଜିତ ସିଂହ ଆଜି ନିଜେ ବାଂଲା ବର୍ଡରକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ପୂରା ସୀମାକୁ ସିଲ୍ କରାଯାଇଛି । ଏପଟେ ହିଣ୍ଡନ ଏୟାରବେସରେ ଓହ୍ଲାଇ ଭାରତର ଶରଣ ନେଇଥିବା ଶେଖ୍ ହସିନାଙ୍କୁ ସେଫ୍ ହାଉସରେ ରଖାଯାଇଛି । ଏନଏସଏ ଅଜିତ ଡୋଭାଲ୍ ନିଜେ ତାଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି ।

ସ୍ଥିତିକୁ ଦେଖି ଏହାରି ଭିତରେ ଭାରତରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଏବଂ ବିମାନ ସେବାକୁ ସ୍ଥଗିତ ରଖିଛନ୍ତି ଭାରତ ସରକାର । କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । ସେହିପରି  ମୈତ୍ରୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳ ବନ୍ଦ କରାଯାଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
The Indian government is fully prepared for the growing tensions in Bangladesh | Argus News