Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଷ୍ଟ୍ରେଲିଆକୁ 3-2ରେ ହରାଇଲା ଭାରତ 

Manini Pattanayak
Browse all articles by Manini Pattanayak
·1 year ago
ଅଷ୍ଟ୍ରେଲିଆକୁ 3-2ରେ ହରାଇଲା ଭାରତ 

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଶେଷ ଗ୍ରୁଫ ମ୍ୟାଚରେ ଭାରତୀୟ ହକି ଟିମର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ 3-2ରେ ହରାଇଲା ଭାରତ । ଦୀର୍ଘ 52 ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ଟିମକୁ ହରାଇଛି ଭାରତ ।

ଭାରତ ପକ୍ଷରୁ କ୍ୟାପଟେନ ହରମନପ୍ରୀତ ସିଂହ 13 ଓ 33 ମିନିଟରେ ଦୁଇଟି ସୁପର ଗୋଲ୍ ଦେଇଥିବାବେଳେ 18 ମିନିଟରେ ଅଭିଷେକ ଦେଇଥିଲେ ଗୋଲ୍ । ସେପଟେ ସୁଟିଂରେ ହାଟ୍ରିକ୍ ନିକଟତର ହୋଇଛନ୍ତି ଷ୍ଟାର ସୁଟର ମନୁ ଭାକର । ପୂର୍ବରୁ 2 ମେଡାଲ ଜିତିସାରିଥିବା ମନୁ ଆଜି ଓମେନ୍ସ 25 ମିଟର ପିସ୍ତଲ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । 590 ପଏଣ୍ଟ ସହ  ମନୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆସନ୍ତାକାଲି ଫାଇନାଲ ମୁକାବିଲାରେ ମନୁଙ୍କ ହାଟ୍ରିକ୍ ପଦକ ଆଶା ପୁରାଣ ହେବା ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Indian hockey team's strong victory in the last group match of the Olympics | Argus News