Videos
|
National

ବାହାରେ ପଡିଛି ୫ଶହ ଟଙ୍କିଆ ଚିରା ନୋଟ୍‌

Manini Pattanayak
Browse all articles by Manini Pattanayak
·2 years ago·2 min read
ବାହାରେ ପଡିଛି ୫ଶହ ଟଙ୍କିଆ ଚିରା ନୋଟ୍‌

ବୌଦ୍ଧ: ରାସ୍ତାରେ ପଡିଛି ୫ଶହ ଟଙ୍କିଆ ଚିରା ନୋଟ, ଟଙ୍କା ଦେଖିବା ପରେ ବୋହି ନେଲେ ଲୋକେ । ଗତକାଲି କୋଟି କୋଟି ଟଙ୍କା ରେଡ୍‌ ହେବା ପରେ ଆଜି ଏମିତି 500 ଟଙ୍କିଆ ପଡିବାକୁ ନେଇ ବଢିଲାଣି ଚର୍ଚ୍ଚା ।   ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ...ହେଲେ ଘଟଣା ପୂରା ସତ । ଦୃଶ୍ୟ ହେଉଛି ବୌଦ୍ଧ ସ୍ପିରିଟି କାରଖାନା ବିଡ଼ିପିଏଲ ପାଚେରୀ ପାଖର । ଯେଉଁଠି ପଡ଼ିଛି ପୁଳାପୁଳା ୫ଶହ ଟଙ୍କିଆ ଚିରା ନୋଟ୍‌ । ଚିରା ଟଙ୍କା ପଡିଥିବାର ଦେଖିବା ପରେ ବୋହି ନେଉଛନ୍ତି ସ୍ଥାନୀୟ ଲୋକେ । ଖାଲି ଟଙ୍କା ନୁହେଁ ବରଂ ଟଙ୍କା ସହ ପଡିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ।
 ଗୁରୁତ୍ଵପୂର୍ଣ୍ଣ କଥା ହେଲା ରେଡ୍‌କୁ ଡରି କାଳେ ବାହାରେ ଫିଙ୍ଗାଯାଇଛି ଟଙ୍କା । ସ୍ପିରିଟି କାରଖାନା ବିଡ଼ିପିଏଲ ଉପରେ ରେଡ଼ ମାରୁଛି ଆଇଟି ଟିମ୍‌ । ତେଣୁ ରେଡ୍‌କୁ ଡରି ପାଚେରୀ ବାହାରେ ୫ଶହ ଟଙ୍କଆକୁ ଚିରି କମ୍ପାନୀ ଫୋପାଡୁଥିବା ଚର୍ଚ୍ଚା ଚାଲିଛି । ତେବେ କେତେ ଟଙ୍କା ଏଭଳି ବାହାରେ ଫୋପାଡ଼ିଛି କମ୍ପାନୀ । ତାହା ଏବେ ତଦନ୍ତ ସାପେକ୍ଷ ।

ବଲାଙ୍ଗିର ଭଳି ବୌଦ୍ଧ BDPL ରେ ମଧ୍ୟ ରହିଛି କି ଅମାପ କଳା ଧନ ? ଏଭଳି ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ତିନିଦିନ ଆୟକର ରେଡ଼ ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଗଣମାଧ୍ୟମକୁ ମିଳିନି । ରାଜ୍ୟରେ ପ୍ରଥମଥର ପାଇଁ ଶହଶହ କୋଟିର କ୍ୟାସ ଜବତ କରିଛି ଆୟକର ବିଭାଗ । ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ବାହାରିଛି ଟଙ୍କା । ଏସବୁ ଟଙ୍କା ମଦ ବେପାରୀ ଧୀରଜ ସାହୁ, ସଂଜୟ ସାହୁ, ଦୀପକ ସାହୁ, ରାଜେଶ ସାହୁଙ୍କର ବୋଲି ଅଭିଯୋଗ ହୋଇଛି । ବିଦେଶୀ ଓ ଦେଶୀ ମଦ କାରବାରରୁ କଳାଧନ ଅର୍ଜନ କରି ଟିକସ ଫାଙ୍କିଛନ୍ତି ସାହୁ ଆଣ୍ଡ୍‌ କୋ । ଏମାନଙ୍କ ଭିତରୁ ଧୀରଜ ସାହୁ ହେଉଛନ୍ତି ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ସାଂସଦ ଧୀରଜ ସାହୁଙ୍କ ମଦ ଫ୍ୟାକ୍ଟ୍ରି ସହ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଓ ରାଣୀସତୀ ଗ୍ରୁପ୍ ଅଫ୍ କମ୍ପାନୀରେ ଚଢ଼ାଉ କରିଛି ଆୟକର ବିଭାଗ। ଓଡ଼ିଶା, କୋଲକାତା ଓ ଝାଡ଼ଖଣ୍ଡର 25ଟି ସ୍ଥାନରେ ହୋଇଛି ଏକକାଳୀନ ଚଢ଼ାଉ । କମ୍ପାନୀର ଏକାଧିକ ଡାଇରେକ୍ଟର ଓ ଏମଡିଙ୍କ ଘରେ ମଧ୍ୟ ରେଡ ହୋଇଛି । ତେବେ ଏହି ରେଡ୍‌କୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ।
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The IT team is raiding the Spirit Factory BDPL in boudh | Argus News