Videos
|
National

 କାହିଁକି ହେଲା ରକ୍ତବର୍ଷା ? ଆସନ୍ତୁ ଜାଣିବା.. 

Manini Pattanayak
Browse all articles by Manini Pattanayak
·1 year ago·2 min read
 କାହିଁକି ହେଲା ରକ୍ତବର୍ଷା ? ଆସନ୍ତୁ ଜାଣିବା.. 

ନୂଆଦିଲ୍ଲୀ: ହଠାତ୍‌ ଆକାଶରୁ ହେଲା ନାଲିବର୍ଷା । ବିଶ୍ଵାସ ହେଉନଥିବ, ଭାବୁଥିବେ ଇଏ ମନଗଢା କାହାଣୀ । ହେଲେ ଏମିତି ଅଲୌକିକ ଘଟଣା ଘଟିଥିଲା ଭାରତରେ । ହଁ...ଭାରତର କେରଳରେ ଦିନେ ଆକାଶରୁ ବର୍ଷା ହୋଇଥିଲା ଯାହାର ରଙ୍ଗ ଧଳା ନୁହେଁ ବରଂ ନାଲି ଥିଲା । କିନ୍ତୁ କେମିତି ବର୍ଷାର ରଙ୍ଗ ବଦଳିଗଲା ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହେଲେ ଆଜି ବି ସେହି ଘଟଣାକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ସେଦିନ ଥିଲା ୨୦୦୧, ଜୁଲାଇ ୫ ତାରିଖ । ହଠାତ୍‌ କେରଳ ଆକାଶକୁ ଘୋଡାଇଦେଇଥିଲା କଳାହାଣ୍ଡିଆ ମେଘ । ଆଜକୁ ଠିକ୍‌ ୧୯ ବର୍ଷ ତଳେ କେରଳ ସେହି ବର୍ଷାକୁ ନେଇ ବଡ଼ ଚର୍ଚ୍ଚା ହୁଏ । କାରଣ ସେଦିନ ଆକାଶରୁ ଲାଲ ରଙ୍ଗର ବର୍ଷା ହୁଏ । ମିନିଟ୍‌ କି ଦୁଇ ମିନିଟ୍‌ ନୁହେଁ ବରଂ ଅନେକ ସମୟରେ ଦେଖାଯାଏ ଏହି ଦୃଶ୍ୟ । ଯାହାର କୌଣସି ସନ୍ଧାନ ତତ୍‌କ୍ଷଣାତ ମିଳିପାରିନଥିଲା । 

କାହିଁକି ହେଲା ଲାଲ୍‌ବର୍ଷା ? ଆସନ୍ତୁ ଜାଣିବା.. 

୨୦୦୧ ରେ କେରଳର କୋଟ୍ଟୟମ ଏବଂ  ଇଡୁକ୍କି ଏହି  ଦୁଇଟି ଜିଲ୍ଲାରେ ହୋଇଥିଲା ରକ୍ତ ବର୍ଷା ।  ସେଦିନ ହଠାତ୍‌  ଖୁବ୍‌ ଜୋରରେ ପବନ ସହିତ ବଜ୍ରପାତ ହୋଇଥିଲା । ତାପରେ ମୂଷଳ ଧାରାରେ ବର୍ଷା ଆରମ୍ଭ ହେଲା । ସବୁଠାରୁ ଆଶ୍ଚର୍ଯ୍ୟ କରିଥିଲା ବର୍ଷାର ରଙ୍ଗ । ବର୍ଷାର ପାଣିର ରଙ୍ଗ ଥିଲା ରକ୍ତ ପରି ନାଲି । ଏହା ଦେଖି ଲୋକେମାନେ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇଥିଲେ।  ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଲାଲ ରଙ୍ଗର ବର୍ଷା ପାଣି ମଧ୍ୟ ପୋଷାକ ଉପରେ ରକ୍ତ ପରି  ଦାଗ ସୃଷ୍ଟି କରିଥିଲା ।
ରିପୋର୍ଟ କୁହେ କରେଳରେ ଖାଲି ନାଲିରଙ୍ଗର ବର୍ଷା ହୋଇନଥିଲା। ବରଂ କଳା, ନୀଳ ଏବଂ ହଳଦିଆ ରଙ୍ଗର ମଧ୍ୟ ବର୍ଷା ହୋଇଛି।  ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଥିଲା ନାଲି ରଙ୍ଗରର ବର୍ଷା। ତେବେ  କଣ ଥିଲା ଏହି ନାଲିରଙ୍ଗ ବର୍ଷାର କାରଣ.. 

ସୂଚନା ଅନୁସାରେ, କେରଳରେ ୧୮୯୬ରେ ବି ଏମିତି ନାଲି ବର୍ଷା ହୋଇଥିଲା । ଏହା ପରେ ପୁନର୍ବାର ୨୦୦୧ରେ ଜୁଲାଇ ୨୫ ରୁ ୨୩ ସେପ୍ଟେମ୍ବର  ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ରକ୍ତ ବର୍ଷା ।  ଏହାପରେ ୨୦୧୨ ରେ ମଧ୍ୟ  ଏପରି ବର୍ଷା ହୋଇଥିବାର କୁହାଯାଏ।  ତେବେ ଏହି ନାଲି ରଙ୍ଗର ବର୍ଷା  ୨୦ ମିନିଟ୍‌ ରୁ ଅଧିକ ସମୟ ଧରି  ହୁଏ ନାହିଁ।   ୨୦୦୧ରେ ହୋଇଥିବା  ନାଲିରଙ୍ଗ ବର୍ଷା ପାଣିର ସାମ୍ପଲକୁ   ସେଣ୍ଟର ଫର୍‌  ଅର୍ଥ ସାଇନ୍ସି  ଷ୍ଟଡିଜ୍‌ କୁ ପଠା ଯାଇଥିଲା ପରୀକ୍ଷା ପାଇଁ। CESS  କୁହେ ଯେ  ଉଲକାପିଣ୍ଡ ଫାଟିବା ଯୋଗୁଁ  ଏହି ନାଲିରଙ୍ଗର ବର୍ଷା ହେଉଛି।  କିନ୍ତୁ ପରେ  ଏହି ଥିୟୋରି  ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା।   ପୁନର୍ବାର ଏହି ବର୍ଷା ପାଣିର ସାମ୍ପୁଲକୁ ପରୀକ୍ଷା ପାଇଁ  ଟ୍ରପିକାଲ ବଟାନିକାଲ ଗାର୍ଡେନ  ଏବଂ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍‌କୁ  ପଠା ଯାଇଥିଲା।  ସେଠାରେ ମାଇକ୍ରୋସ୍କୋପିକ୍‌ ରେ ଯାଞ୍ଜ ପରେ  ସାମ୍ନାକୁ ଆସିଥିଲା  ଯେ  ବର୍ଷା  ପାଣିର ରଙ୍ଗ ନାଲି ହେବାର କାରଣ ହେଉଛି ଶୈବାଳ ଅର୍ଥାତ୍‌ ଶିଉଳି। ଏହି ଶୈବାଳ ଛାଡିଥିବା   ଜୀବାଣୁ  ପାଇଁ ହିଁ  ବର୍ଷାର ପାଣି ଲାଲ ହୋଇଥିଲା।  ହେଲେ  ବାଦଲରେ  ଜୀବାଣୁ କିପରି  ପ୍ରବେଶ କଲା ?  ଏହାର ଉତ୍ତର କାହାପାଖେ ନାହିଁ।  ପ୍ରକୃତିର ଏ କେଉଁ ରୂପ ଥିଲା ଆଜି ବି ରହସ୍ୟ ହୋଇ ରହିଛି।     

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ :