Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

3063 କୋଟି ଟଙ୍କାରେ ରେଳ ପ୍ରକଳ୍ପକୁ ଅନୁମୋଦନ

Banajyotshna Ray
Browse all articles by Banajyotshna Ray
·1 year ago
3063 କୋଟି ଟଙ୍କାରେ ରେଳ ପ୍ରକଳ୍ପକୁ ଅନୁମୋଦନ

Key Points

କେନ୍ଦ୍ର କ୍ୟାବିନେଟରେ ଦୁଇଟି ରେଳ ପ୍ରକଳ୍ପକୁ ଅନୁମୋଦନ

3063 କୋଟି ଟଙ୍କାରେ 133 କିଲୋମିଟର ପର୍ଯ୍ୟନ୍ତ ରେଳ ପଥ ନିର୍ମାଣ

କେନ୍ଦ୍ର କ୍ୟାବିନେଟରେ ଦୁଇଟି ରେଳ ପ୍ରକଳ୍ପକୁ ଅନୁମୋଦନ। କୋଡ୍ରେମାରୁ ବରକାକାନ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ କ୍ୟାବିନେଟରେ ମଞ୍ଜୁର ହୋଇଛି ।ୟାହାକି 3063 କୋଟି ଟଙ୍କାରେ 133 କିଲୋମିଟର ପର୍ଯ୍ୟନ୍ତ ରେଳ ପଥ ନିର୍ମାଣ ହେବ। ଏହା ଦ୍ୱାରା ପାଟଣାରୁ ରାଞ୍ଚି ସ୍ୱଳ୍ପ ସମୟ ମଧ୍ୟରେ ପହଂଚି ହେବ। ଝାରଖଣ୍ଡର ୪ଟି ଜିଲ୍ଲା ଏହା ଦ୍ୱାରା ସଂଯୋଗ ହୋଇପାରିବ। ପ୍ରକଳ୍ପ ପାଇଁ 15 ଲକ୍ଷ ଲୋକ ଉପକୃତ ହୋଇପାରିବେ। ଏହା କୋଡରମା, ଚତରା, ହଜାରୀବାଗ ଏବଂ ରାମଗଡ଼ ଜିଲ୍ଲାକୁ ସଂଯୋଗ କରିବ ।

ସେହିପରି ବଲ୍ଲାରୀରୁ ଚିକଯାଜୁର ପର୍ଯ୍ୟନ୍ତ 185 କିଲୋମିଟର ନୂତନ ରେଳ ଲାଇନ ନିର୍ମାଣ ହେବ। ଏଥିପାଇଁ 3342 କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ମ୍ୟାଙ୍ଗୋଲୋର ପୋର୍ଟରୁ ସିକନ୍ଦରାବାଦକୁ ଯୋଗାଯୋଗ କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-koderma–barkakana-arigada-doubling-project-spanning-133-km-has-been-approved-at-a-cost-of-rs-3063-crore | Argus News