Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୃତ୍ୟୁ ଆସିଲା ଅଚେତ ଅବସ୍ଥାରେ, ଭସାଇନେଲା ନିମିଷକରେ

Manini Pattanayak
Browse all articles by Manini Pattanayak
·1 year ago·2 min read
ମୃତ୍ୟୁ ଆସିଲା ଅଚେତ ଅବସ୍ଥାରେ, ଭସାଇନେଲା ନିମିଷକରେ

ନୂଆଦିଲ୍ଲୀ: ସୁ ସୁ ଗର୍ଜିଆସିଲା, ଜୀବନ ନେଇ ଚାଲିଗଲା । କେରଳରେ କରାଳ ରୂପ ଦେଖାଇଲା ପ୍ରକୃତି । ଦୃଶ୍ୟ ଯେତିକି ବିଚଳିତ, ସେତିକି ଛାତିଥରା ମଧ୍ୟ । ମାତ୍ର କେହି ମୁହୂର୍ତ୍ତରେ ପୁରା କେରଳରେ ଛାଡିଦେଲା ମୃତ୍ୟୁର ବିଭୀଷିକା । କିଏ ଶୋଇଥିଲା, କିଏ ଚାଲୁଥିଲା ତ ପୁଣି କିଏ ବୁଲୁଥିଲା । କିନ୍ତୁ ସମସ୍ତଙ୍କୁ ନିଜ ମାୟା ଜାଲରେ ଫଶାଇଦେଲା କାଳ । 
 ମୃତ୍ୟୁ ଆସିଲା ଅଚେତ ଅବସ୍ଥାରେ ଭସାଇନେଲା ନିମିଷକରେ।  କାଳରାତିର କରାଳ ବର୍ଷା ୱାୟନାଡ଼ରେ ରଚିଲା ତାଣ୍ଡବ।  ରାତିରେ ଶୋଇଥିବା ବେଳେ  ଶୁଭୁଥିଲା ଭାରି ଜୋରରେ ବର୍ଷା ହେଉଛି..  ହଁ ବର୍ଷା ଦିନ ତ ବର୍ଷା ହେବ ଆଉ ଛାଡି ଯିବ ..  ଆଉ ସେଥିପାଇଁ  ନିଦକୁ ବ୍ୟାଘାତ ନକରି ଶୋଇପଡିଲେ.. କିନ୍ତୁ କିଏ ଜାଣିଥିଲା ଏହି ନିଦ ଚିରନିଦ୍ରା ହୋଇଯିବ ବୋଲି।    ହଠାତ୍‌  ହେଲା ଭୂସ୍ଖଳନ।  ଗୋଟିଏ ସେକେଣ୍ଡରେ ମଣିଷ ସହିତ ଶହ ଶହ ଗାଡି, ଘର ସବୁ ଭାଷିଗଲା। ଏପର୍ଯ୍ୟନ୍ତ  ୫୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ   ପାଖାପାଖି  70 ଜଣ ଗୁରୁତରଥିବାବେଳେ  ୧୦୦ ଜଣଙ୍କ ପତ୍ତା ମିଳୁ ନାହିଁ .. ତେବେ କୁହାଯାଉଛି  ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି...  ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ସ୍ଥାନ ମାନଙ୍କରେ ମୁଣ୍ଡକଇ, ଚୁରଲମାଲା, ଅଟ୍ଟମାଳା ଏବଂ ନୁଲପୁଞ୍ଝା ଗାଁ  ସାମିଲ ଅଛି। 

 ୱାୟନାଡ଼ରେ ପ୍ରକୃତିର ଏହି କରାଳ ରୂପରେ ଦେଖିଲେ ଡର ଲାଗିବ। ସେଠାକାର ନଦୀମାନଙ୍କରେ  ଖାଲି ଶବ ଭାସୁଛି।  ଚାରିଆଡେ ପାଣିରେ ଲୋକଙ୍କ ଶବ ଭାଶୁଥିବା ଦୃଶ୍ୟ ଡରାଇଦେଉଛି।  କିଏ କେଉଁ ଗଛ ତଳେ, କିଏ କେଉଁ ଘର ତଳେ ଚାପି ହୋଇ  ମୃତ୍ୟୁ ବରଣ କରିଛନ୍ତି.. ଏପରି  ଅନେକ ଲୋକଙ୍କ ଯାଇଛି ଜୀବନ .. ଏପର୍ଯ୍ୟନ୍ତ  ଜାରି ରହିଛି ଉଦ୍ଧାର କାର୍ଯ୍ୟ।  ରେସ୍କ୍ୟୁ ଅଭିଯାନରେ  ସେନାର  ୨୨୫ ଯବାନ ସହିତ  ମେଡିକାଲ  ଟିମ୍‌ ମଧ୍ୟ ସାମିଲ ଅଛି। ଏନଡିଆରଏଫ ଏବଂ  ଏସଡିଆରଏଫର ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏୟାର ଫୋର୍ସର  ଏମଆଇ-୧୭ ଏୟାରକ୍ରାପ୍ଟର ମଧ୍ୟ ଉଦ୍ଧାର ଅଭିଯାନରେ ସାମିଲ ଅଛି।  ଏବେ ବି ମେମ୍ପିଡର ଟ୍ରୀ ରିଜାର୍ଟରେ ୧୫୦ରୁ ଅଧିକ ଟୁରିଷ୍ଟ  ଫସିଥିବା ସୂଚନା। ..

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The landslides, which hit hilly areas near Meppadi early on Tuesday | Argus News