Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏବେ ବି ଅଛି ସୁଯୋଗ.. ଫ୍ରୀରେ ଅପଡେଟ୍‌ କରାନ୍ତୁ ଆଧାର କାର୍ଡ 

National

ଏବେ ବି ଅଛି ସୁଯୋଗ.. ଫ୍ରୀରେ ଅପଡେଟ୍‌ କରାନ୍ତୁ ଆଧାର କାର୍ଡ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଏବେ ବି ଅଛି ସୁଯୋଗ.. ଫ୍ରୀରେ ଅପଡେଟ୍‌ କରାନ୍ତୁ ଆଧାର କାର୍ଡ 

ନୂଆଦିଲ୍ଲୀ:  ଆଧାର କାର୍ଡ ଆଜିକା ସମୟରେ  ସବୁଠାରୁ  ମହତ୍ୱପୂର୍ଣ୍ଣ ଦସ୍ତାବିଜ୍। ଯାହା ଆପଣଙ୍କ ନାଗରିକତାର ପ୍ରମାଣ ପତ୍ର।  ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଠୁ ଆରମ୍ଭ କରି  ଜମିବାଡି ଘର କିଣାବିକା ପର୍ଯ୍ୟନ୍ତ ଜରୁରୀ ହୋଇଥାଏ।   ଏମିତିକି ଆପଣଙ୍କ ମୋବାଇଲ୍‌ ଫୋନ ପାଇଁ ସିମ୍‌ କାର୍ଡ କିଣିବାରେ ଆଧାର କାର୍ଡର ଆବଶ୍ୟକତା ପଡିଥାଏ।   ସେଥିପାଇଁ ଆପଣଙ୍କ ଆଧାରକାର୍ଡ ଅପଡେଟ୍‌ ଥିବା ଦରକାର। ତେଣୁ ଆଗ ଆଧାର କାର୍ଡ ଅପଡେଟ୍‌ କରାଇନିଅନ୍ତୁ। UIDAI ରେ ଡକ୍ୟୁମେଣ୍ଟ ଅପଡେଟ କରିବାର ଫ୍ରୀ ସୁବିଧା ଦେଉଛି।  ଆପଣ ଆଧାର ଏଥିରେ ଅପଡେଟ୍‌ କରିପାରିବେ।  ଏହି  ଫ୍ରୀ ସର୍ଭିସ୍‌ର ବ୍ୟବହାର  ଜୁନ୍‌  ପର୍ଯ୍ୟନ୍ତ କରିପାରିବେ। 
 

କେବେ ଯାଏଁ କରିପାରିବେ ଆଧାର ଅପଡେଟ୍‌ ?

ୟୁନିକ ଆଇଡେଣ୍ଟିଫିକେଶନ  ଅଥରିଟି ଅଫ ଇଣ୍ଡିଆ (UIDAI)  10 ବର୍ଷରୁ ଅଧିକ  ସମୟ ପୂର୍ବରୁ ବନାଯାଇଥିବା   ଆଧାରକାର୍ଡ କୁ ଫ୍ରୀ ଅପଡେଟ୍‌ କରିବାର  ସୁବିଧା ଦିଆଯାଇଛି। ଏହାର ଡେଡଲାଇନ୍‌କୁ ଅନେକ ଥର ଆଗକୁ ବଢାଯାଇଛି ।   ଗତ ମାର୍ଚ୍ଚ ମାସରେ ମଧ୍ୟ ଏହି ସେବାକୁ ବିନା ମୂଲ୍ୟରେ  ବ୍ୟବହାର କରିବାର  ଶେଷ ତାରିଖ ୧୪ ମାର୍ଚ୍ଚ ରୁ ବଢାଯାଇ  ୧୪ ଜୁନ 2024କୁ ବୃଦ୍ଧି କରାଇଦିଆ ଯାଇଥିଲା । ଯାହା  ଏପର୍ଯ୍ୟନ୍ତ ମଧ୍ୟ ଲାଗୁ ଅଛି।  ତେବେ ଡେରି ନ କରି ତୁରନ୍ତ ଫ୍ରୀରେ ଆଧାର ଅପଟେଡ କରିନିଅନ୍ତୁ।   ତେବେ ୧୪ ଜୁନ୍‌ ହେଉଛି  ଫ୍ରୀରେ  ଆଧାର ଅପଟେଡ୍‌ କରିବାର ଶେଷ ତାରିଖ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର
 

Sponsored
The last date to update Aadhaar card for free is 14 June 2024 on the myAadhaar portal. | Argus News