|
logo
Live

Argus News - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ

National

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ

ଅର୍ଗସ ବ୍ୟୁରୋ:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ । ଶେଷ ଦିନରେ  ଗବେଷଣା ଭିତ୍ତିକ ବିଶ୍ବବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଧର୍ମେନ୍ଦ୍ର । ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ୱେଲ୍ସର ବିଭିନ୍ନ ବିଦ୍ୟାଳୟ ଦ୍ବାରା ପରିଚାଳିତ ଷ୍ଟାର୍ଟଅପ୍ ଗୁଡ଼ିକର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ଉପରେ ଆଲୋକପାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।

କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ୟୁଟିଏସ୍ ମୁର୍ ପାର୍କ ପରିଦର୍ଶନ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଗବେଷଣା ସହଯୋଗ ହେଉଛି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କର ମୂଳ ଆଧାର। ଏହି ଆଲୋଚନା କାର୍ଯ୍ୟକ୍ରମ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ଏବଂ ଗଭୀର ଗବେଷଣା ସହଯୋଗର ଆବଶ୍ୟକତାକୁ ଆଗକୁ ନେବା ପାଇଁ ଏକ ଭଲ ସୂଚନା ପ୍ରଦାନ କରିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ | Argus News