Videos
|
National

କେଜ୍ରିଓ୍ୱାଲଙ୍କୁ ସମର୍ଥନ କରି ଇଣ୍ଡି ମେଣ୍ଟର ନେତାମାନେ ହେଉଛନ୍ତି ଏକାଠି

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେଜ୍ରିଓ୍ୱାଲଙ୍କୁ ସମର୍ଥନ କରି ଇଣ୍ଡି ମେଣ୍ଟର ନେତାମାନେ ହେଉଛନ୍ତି ଏକାଠି

ଅର୍ଗସ ବ୍ୟୁରୋ:  ତିଷ୍ଠି ରହିବାକୁ ସଂଘର୍ଷ କରୁଛି ଇଣ୍ଡି ମେଣ୍ଟ । ଆସନ୍ତା ନିର୍ବାଚନରେ ସେମାନଙ୍କର ରଣନୀତି କଣ ହେବ ସେମାନେ ନିଜେ ସ୍ପଷ୍ଟ କରିପାରୁ ନାହାନ୍ତି । ମଦ ନୀତି ମାମଲାରେ ଗିରଫ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମର୍ଥନ କରି ଇଣ୍ଡି ମେଣ୍ଟର ନେତାମାନେ ଆଜି ଏକାଠି ହେଉଛନ୍ତି । ନୂଆଦିଲ୍ଲୀର ରାମଲୀଲା ମଇଦାନରେ ଆପ୍ ପକ୍ଷରୁ ଏହି ରାଲି କରାଯାଉଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉପସ୍ଥିତ ରହିବେ । ଦୁର୍ନୀତିର ସ୍ପଷ୍ଟ ପ୍ର୍ରମାଣ ମିଳିବାପରେ ଇଡି ପକ୍ଷରୁ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଛି ।

କିନ୍ତୁ ଏହି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ସମର୍ଥନ କରିବାକୁ ଆଉ କିଛି ବିରୋଧୀ ଏକାଠ ହେବେ। ସେପଟେ ଇଣ୍ଡି ମେଣ୍ଟର ଏହି ମେଳିକୁ କଡା ସମାଲୋଚନା କରିଛି ବିଜେପି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ତଦନ୍ତ କରି ତାଙ୍କୁ ଗିରଫ କରାଯାଇଛି । କିନ୍ତୁ ଏହାକୁ ଆପ୍ ପକ୍ଷରୁ ଆଳ କରି ଜନସମର୍ଥନ ହାସଲ  କରିବାକୁ ଚେଷ୍ଟା କରାଯାଉଛି । ଏପରିକି ଜେଲରେ ଥିଲେ ମଧ୍ୟ ସେଠାରୁ ସରକାର ଚଳାଇବାକୁ ଉଦ୍ୟମ କରୁଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The leaders of India Mint are united in support of Kejriwal | Argus News