ବିଶ୍ଵର ସବୁଠୁ ଲମ୍ବା ରାସ୍ତା, ଥରେ ବାହାରିଲେ ବୁଲିପାରିବେ ୧୪ ଦେଶ...

ବିଶ୍ଵର ସବୁଠୁ ସିଧା ଏବଂ ଲମ୍ବା ରାସ୍ତା । ଏହି ରାସ୍ତାକୁ ପ୍ୟାନ୍ ଆମେରିକାନ୍ ହାଇୱେ ବୋଲି କୁହାଯାଉଛି । ଏହା କେବଳ ଏକ ଲମ୍ବା ରାସ୍ତା ନୁହେଁ, ଏହି ରାସ୍ତାରେ କୌଣସି ୟୁ ଟର୍ଣ୍ଣ ମଧ୍ୟ ନାହିଁ । ଏହି ହାଇ ୱେ ଉତ୍ତର ଏବଂ ଦକ୍ଷିଣ ଆମେରିକାକୁ ସଂଯୋଗ କରୁଥିବା ୩୬, ୬୦୦ କିଲୋମିଟର ଯାଏଁ ବ୍ୟାପିଛି । ଏହି ରାସ୍ତା ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକା ସହ ଯୋଡି ହୋଇଛି । ଆଲାସ୍କାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଆର୍ଜେଣ୍ଟିନା ଉସୁଆୟାରେ ଶେଷ ହୋଇଛି ।
ଯଦି କୌଣସି ବାଇକ ରାଇଡର ଏହି ରାସ୍ତାରେ ସମ୍ପୂର୍ଣ୍ଣ ବାଇକରେ ଯାତ୍ରା କରିବାକୁ ଚାହୁଁଥାନ୍ତି, ତେବେ ଏହାକୁ ଶେଷ କରିବାକୁ ପାଖାପାଖି ୬୦ ଦିନ ସମୟ ଲାଗିବ । ବିନା ବ୍ରେକରେ ଯଦି ପ୍ରତିଦିନ ୫୦୦ କିଲୋମିଟର ଯାତ୍ରା କରୁଥାନ୍ତି, ତେବେ ହିଁ ୬୦ ଦିନରେ ପହଞ୍ଚିପାରିବେ ।
📱 Get Argus News App
✨ଏହି ରାସ୍ତା ୧୪ ଟି ଦେଶ ଯେମିତିକି କାନାଡା, ଆମେରିକା , ମେକ୍ସିକୋ, ଗ୍ଵାଟେମାଲା , ହଣ୍ଡୁରାର୍ କୋଷ୍ଟାରିକା , ପାନାମା , କୋଲୋମ୍ବିଆ, ଇକ୍ୟୁାଡୋର, ପେରୁ, ଚିଲି, ଆର୍ଜେଣ୍ଟିନା ଆଦି ଦେଇ ଯାଇଛି । ଏହି ସମସ୍ତ ଦେଶ ଏପରି ରାସ୍ତା ତିଆରି କରିବାରେ ସାହାଯ୍ୟ କରିଛନ୍ତି । ଯେତେବେଳେ ଏହି ୧୪ ଦେଶ ପ୍ୟାନ୍ ଆମେରିକା ହାଇୱେ ତିଆରି ପାଇଁ ୧୯୩୭ରେ ସାଇନ୍ କରିଥିଲେ, ସେତେବେଳେ ଏହା ସଫଳ ଭାବେ ତିଆରି ହୋଇ ପାରିଥିଲା ।
ଯଦି ଆପଣ କେବେ ଅନେକ ଦେଶ, ସେମାନଙ୍କ ସସ୍କୃତି ପରମ୍ପରା ବୁଲି ଦେଖିବାକୁ ଚାହୁଁଥାନ୍ତି, ବିନା କୌଣସି ଦିଗ ନ ବଦଳାଇ ତେବେ ପ୍ୟାନ୍ ଆମେରିକାନ୍ ଟ୍ରିପ୍ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ଅଟେ ।