Solar Eclipse / ଏଥର ବିରଳ ସୂର୍ଯ୍ୟପରାଗକୁ କୁହାଯାଉଛି ରିଙ୍ଗ ଅଫ୍ ଫାୟାର !

Key Points
ଆଉ ମାସକ ପରେ ଫେବ୍ରୁଆରୀ ୧୭ ତାରିଖରେ ହେବ ୨୦୨୬ର ପ୍ରଥମ ସୂର୍ଯ୍ୟୋପରାଗ । ଅପରାହ୍ନ ୩.୫୬ରୁ ସଂଧ୍ୟା ୭.୫୭ ଯାଏଁ ପୃଥିବୀ ଓ ସୂର୍ଯ୍ୟର ଠିକ୍ ମଝିରେ ଆସିବ ଚନ୍ଦ୍ର । ଚମକୁଥିବା ଚୁଡ଼ି ଭଳି ଦେଖାଯିବ ସୂର୍ଯ୍ୟ । ଖଗୋଳୀୟ ଭାଷାରେ ଏହାକୁ କୁହାଯାଏ ରିଙ୍ଗ ଅଫ୍ ଫାୟାର । ଭାରତରେ ହେବ ନାହିଁ ଦୃଶ୍ୟମାନ ।
ସୌର ଜଗତରେ ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ ଏବଂ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ । ଏହି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲୁଥିବା ବେଳେ ଯେଉଁ ଦିନ ଚନ୍ଦ୍ର ଘୁରୁଥିବା ଅବସ୍ଥାରେ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଏକ ସରଳ ରେଖାରେ ଅବତୀର୍ଣ୍ଣ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକର କିଛି ଅଂଶ ଚନ୍ଦ୍ରଙ୍କ ଦ୍ୱାରା ଆଛାଦିତ ହୋଇ ପୃଥିବୀ ପୃଷ୍ଠରେ ଛାୟା ସୃଷ୍ଟି କରେ । ସେହି ସମୟରେ ସୂର୍ଯ୍ୟ ଅଂଶିକ ବା ସଂପୂର୍ଣ୍ଣ ଭାବେ ଚନ୍ଦ୍ରଦ୍ୱାରା କିଛି ସମୟ ପାଇଁ ଆଛାଦିତ ବା ଘୋଡାଇ ହୋଇଯାଆନ୍ତି । ଭୌତିକ ବିଜ୍ଞାଣା ଦୃଷ୍ଟିରେ ଏହି ଭଳି ମହା ଜାଗତୀୟ ଘଟଣାକୁ ସୌରପରାଗ ବୋଲି କୁହାଯାଏ । ଏହା କେବଳ ଅମାବାସ୍ୟା ତିଥୀରେ ସମ୍ଭବ ହୋଇଥାଏ ! ତେବେ ସବୁ ଅମାବାସ୍ୟାରେ ସୌର ପରାଗ ହୁଏ ନାହିଁ ।
ସୂର୍ଯ୍ୟପରାଗ ବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଅବସ୍ଥାନ କରୁଥିବାରୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯାଲୋକ ପ୍ରବେଶ କରିପାରେ ନାହିଁ । ତେବେ ସୂର୍ଯ୍ୟର କିଛି ଅଂଶ ଚନ୍ଦ୍ରଦ୍ୱାରା ଘୋଡ଼ାଇ ହୋଇଯାଇଥିବାରୁ କଳା ଦେଖାଯାଏ । ସଂପୂର୍ଣ୍ଣ ସୌରପରାଗ ସମୟରେ ପୃଥିବୀର କିଛି ଅଂଶ, ଅର୍ଥାତ ଯେଉଁ ଅଞ୍ଚଳରେ ସୌରପରାଗ ଦୃଶ୍ୟମାନ ହୋଇଥାଏ, ସେହି ଅଞ୍ଚଳ କିଛି ସମୟ ପାଇଁ ସାମାନ୍ୟ ଅନ୍ଧକାର ମଧ୍ୟ ହୋଇଯାଏ ।
ପ୍ରକାର ଭେଦରେ ଏହାକୁ ଆଂଶିକ ସୂର୍ଯ୍ୟପରାଗ ଏବଂ ପୂର୍ଣ୍ଣ ସୂର୍ଯ୍ୟପରାଗ, ଏହି ଭଳି ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।
ପୃଥିବୀ ତଥା ଚନ୍ଦ୍ରର କକ୍ଷପଥର ଆକାର ତଥା ସୌର ଜଗତରେ ଏହାର ଅବସ୍ଥିତି ଅନୁସାରେ ପ୍ରତି ସୂର୍ଯ୍ୟପରାଗରେ ଚନ୍ଦ୍ରଦ୍ୱାରା ସଂପୂର୍ଣ୍ନ ସୂର୍ଯ୍ୟ ବା ଏହାର ସଂପୂର୍ଣ୍ନ ଅଂଶ ଆଛାଦିତ ହୋଇ ନ ଥାଏ । ଅନେକ ସମୟରେ ଏହି ଅବସରରେ ସୂର୍ଯ୍ୟର କେବଳ ଗୋଟିଏ ଅଂଶକୁ ଅଛାଦିତ କରିପାରେ । ଏଭଳି ଅବସ୍ଥିତିକୁ ଖଗୋଳ ଶାସ୍ତ୍ରରେ ଆଂଶିକ ସୂର୍ଯ୍ୟପରାଗ ବା ଖଣ୍ଡ ଗ୍ରହଣ କୁହାଯାଏ ।
ସେହିଭଳି ଅବସ୍ଥିତି ଭେଦରେ କେବେ କେବେ ସୂର୍ଯ୍ୟପରାଗ ଅବସରରେ ଚନ୍ଦ୍ର ସଂପୂର୍ଣ୍ଣ ସୂର୍ଯ୍ୟକୁ ଆଛାଦିତ କରିଯାଏ । ଏଭଳି ଅବସରରେ ଏହି ବିରଳ ଦୃଶ୍ୟ ଭୂପୃଷ୍ଟର ଏକ ନିର୍ଦ୍ଦିଷ୍ଟ ଅଂଶରେ ହିଁ ଦୃଶ୍ୟମାନ ହୁଏ । ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଆଛାଦିତ କରି ସଂପୂର୍ଣ୍ଣ ଅପସରି ଯିବାକୁ ପ୍ରାୟତଃ ଦୁଇ ଘଣ୍ଟା ସମୟ ଲାଗିଯାଇଥାଏ । ତେବେ ଏହି ସମୟରେ ଚନ୍ଦ୍ରମା କେବଳ ସର୍ବାଧିକ ସାତ ମିନିଟ ସମୟ ପାଇଁ ସୂର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଆଛାଦିତ କରିପରିଥାଏ ଅର୍ଥାତ ସଂପୂର୍ଣ୍ଣ ସୂର୍ଯ୍ୟପରାଗର ବିରଳ ସମୟ ସର୍ବାଧିକ ସାତ ମିନିଟ ହୋଇଥାଏ ।
📱 Get Argus News App
✨Related Topics
Explore more stories