ସବୁଠାରୁ ଲମ୍ବା ଟ୍ରେନ୍ ଯାତ୍ରା

ଅର୍ଗସ ବ୍ୟୁରୋ: ଟ୍ରେନରେ ସମସ୍ତେ ଯାତ୍ରା କରନ୍ତି ।କିଏ ଦୂରକୁ ଯାତ୍ରା କରେ ତ କିଏ ପାଖକୁ । କିନ୍ତୁ କ'ଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି ଭାରତର ସବୁଠି ଦୂରଗାମୀ ଟ୍ରେନର ନାଁ କ'ଣ ଏବଂ ଏହା କେଉଁ କେଉଁ ରାଜ୍ୟ ଦେଇକି ଯାଇଥାଏ? ଆସନ୍ତୁ ଜାଣିବା
ଭାରତର ସବୁଠାରୁ ଦୂରଗାମୀ ଟ୍ରେନର ନାମ ହେଉଛି ବିବେକ ଏକ୍ସପ୍ରେସ । ଏହି ଟ୍ରେନର ଯାତ୍ରା ସବୁଠାରୁ ଲମ୍ବା ଥାଏ। ଆସାମର ଦିବୃଗଡ଼ରୁ ଆରମ୍ଭ ହୋଇ ତାମିଲନାଡୁ ଦେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଟ୍ରେନ ଯାଇଥାଏ। 75 ଘଣ୍ଟା ୩୫ ମିନିଟ୍ ମଧ୍ୟରେ ଏହା ପ୍ରାୟ 4,218.6 କିଲୋମିଟର ଯାତ୍ରା ସମ୍ପୁର୍ଣ୍ଣ କରିଥାଏ। ପାଖାପାଖି ୯ଟି ରାଜ୍ୟ ଦେଇ ନିଜର ଯାତ୍ରା କରିଥାଏ । ସେହି ରାଜ୍ୟ ଗୁଡିକ ହେଉଛି ଆସାମ, ନାଗାଲାଣ୍ଡ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡିଶା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁ. ଯାତ୍ରା ମଧରେ 59ଟି ଷ୍ଟପେଜ ପଡିଥାଏ। ସେଥିରୁ କେତେକ ପ୍ରମୁଖ ଷ୍ଟପେଜ ଗୁଡିକ ହେଉଛି ଗୁଆହାଟି, ଜିରିବମ୍, କାଟିହାର, ମୁଗଲସରାଇ, ଭୋପାଳ, ନାଗପୁର, ୱାର୍ଡ଼, ରେନିଗୁଣ୍ଟା ଏବଂ ଥିରୁବନନ୍ତପୁରମ୍ ଅନ୍ତର୍ଭୁକ୍ତ।
📱 Get Argus News App
✨2013ରେ ସ୍ୱାମୀ ବିବେକାନନ୍ଦଙ୍କ 150 ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ଏହି ଟ୍ରେନ୍ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦୁନିଆର ସମସ୍ତ ଲମ୍ବା ମାର୍ଗ ଯାଉଥିବା ଟ୍ରେନ ମଧ୍ୟରୁ ଏହା ୨୪ତମ ଅଟେ । ଏହି ଟ୍ରେନଟି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ଭଳି ଭାରତର ଅନେକ ପ୍ରମୁଖ ସହର ଦେଇ ଗତି କରିଥାଏ।
ତେବେ ଆପଣ ଦେଖିଥିବେ ଟ୍ରେନର ଶୌଚାଳୟ ଗୁଡିକ କେତେ ଦୂଷିତ ହୋଇଥାଏ କିନ୍ତୁ ବିବେକ ଏକ୍ସପ୍ରେସରେ ପରିବେଶ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖାଯାଇ ବାୟୋ ଟଏଲେଟ୍ ରହିଛି ଯାହା ଏହି ରେଳ ଯାତ୍ରା ସମୟରେ ବର୍ଜ୍ୟବସ୍ତୁକୁ ଶୁଦ୍ଧ କରିଥାଏ ଏବଂ ପ୍ରଦୂଷଣକୁ ହ୍ରାସ କରିଥାଏ |
ଅଧିକ ପଢନ୍ତୁ ଭାରତ ଖବର