Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶେଷ ହେବ ମହାକୁମ୍ଭ ମେଳା; ବୁଡ ପକାଉବାକୁ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶେଷ ହେବ ମହାକୁମ୍ଭ ମେଳା; ବୁଡ ପକାଉବାକୁ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ

ତ୍ରିବେଣୀ ସଂଗମରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏଯାବତ୍ ୬୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ବ୍ରହ୍ମ ମୁହୂର୍ତ୍ତରୁ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗୁଛି । ପାରମ୍ପରିକ ରୀତିନୀତି ପରେ ବୁଡ ପକାଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ । ଆଜି ଗୋଟିଏ ଦିନରେ ୩୩ ଲକ୍ଷ ଲୋକ ବୁଡ ପକାଇଛନ୍ତି । ଆସନ୍ତା ଶିବରାତ୍ରିରେ ଶେଷ ଅମୃତସ୍ନାନ ହେବ । ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ ।


ଆଉ ୫ଦିନ ପରେ ସରିବ ଏହି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ । ଶେଷ ସପ୍ତାହରେ ପ୍ରୟାଗରାଜରେ ପୁଣି ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ । ରେଳଷ୍ଟେସନ, ବସଷ୍ଟପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶେଷ ଅମୃତସ୍ନାନରେ ୩ କୋଟିରୁ ଅଧିକ ବୁଡ ପକାଇବା ସମ୍ଭାବନା ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଷ ହେବାକୁ ଯାଉଥିବରୁ ମହାକୁମ୍ଭରେ ପହଁଚୁଛନ୍ତି ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପୁରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟଣ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି ।ଜିଲ୍ଲାବାହାରୁ ଆସୁଥିବା ଗାଡିକୁ ସୀମତ ରଖାଯାଇଛି । ଭିଡ଼କୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।


ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି। ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ ଚ୍ୟାଲେଞ୍ଜ । ତେଣୁ ଗାଡି ଗୁଡିକୁ ଡାଇଭର୍ଟ କରାଯିବା ଏବେ ୟୁପି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି।

Sponsored
The Maha Kumbh Mela will end and there will be no crowd | Argus News