Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକୁମ୍ଭ ମେଳା: ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

Rashmita Mishra
Browse all articles by Rashmita Mishra
·1 year ago·2 min read
ମହାକୁମ୍ଭ ମେଳା: ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

ମହାଶିବରାତ୍ରୀରେ ସରିବ ପ୍ରୟାଗରାଜର ମହାକୁମ୍ଭ ମେଳା। ବିଶ୍ବାସ ରହିଛି ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି। ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ। ଆଜି ସ୍ନାନ କଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂହ ସୁଖୁ, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ବୋର୍ଡ ସଦସ୍ୟ ଇଶା ଅମ୍ବାନୀ ଓ ଅଭିନେତ୍ରୀ ରବିନା ଟଣ୍ଡନ।


ମହାଶିବରାତ୍ରୀରେ ସରୁଛି ମହାକୁମ୍ଭ । ଏହି ଅବସରରେ ତ୍ରିବେଣୀ ସଙ୍ଗମରେ ସ୍ନାନ ଅତ୍ୟନ୍ତ ଶୁଭ ହୋଇଥାଏ। ବିଶ୍ବାସ ରହିଛି, ଏହି ସ୍ନାନରେ ମୋକ୍ଷପ୍ରାପ୍ତି ହୋଇଥାଏ ମନୁଷ୍ୟ । ପାପ କ୍ଷୟ ହୋଇଥାଏ । ମହାଶିବରାତ୍ରୀରେ ସରୁଥିବା ମହାକୁମ୍ଭରେ ଅନ୍ତିମ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି । ମଙ୍ଗଳବାର ତ୍ରେବେଣୀ ସଙ୍ଗମରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ନାନ କରୁଥିବା ଦେଖିବାକୁ ମିଳିଥିଲା।


ଯେମିତିକି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂହ ସୁଖୁ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ବୋର୍ଡ ସଦସ୍ୟ ଇଶା ଅମ୍ବାନୀ। ତ୍ରିବେଣୀ ସଙ୍ଗମରେ ଇଶା ଅମ୍ବାନୀ ନିଜ ପରିବାର ସହ ସ୍ନାନ ପାଇଁ ଆସିଥିବା ବେଳେ ସାଙ୍ଗରେ ଥିଲେ ସ୍ବାମୀ ଚିଦାନନ୍ଦ ସରସ୍ବତୀ। ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ମଧ୍ୟ ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଥିବା ଦେଖିବାକୁ ମିଳିଥିଲା । ସଙ୍ଗମରେ ସ୍ନାନ ପରେ ଶୁଖବିନ୍ଦର ସିଂହ ଶୁଖୁ କହିଛନ୍ତି ଯେ, ଭାରତର ସଂସ୍କୃତି ଏବଂ ହିନ୍ଦୁତ୍ବ ସବୁବେଳେ ବିଶ୍ବପ୍ରସିଦ୍ଧ ରହି ଆସିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଙ୍ଗଳବାର ସଂଧ୍ୟା ସୁଦ୍ଧା ପାଖାପାଖି ୯୮ ଲକ୍ଷ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଏହାକୁ ମିଶାଇ ମହାକୁମ୍ଭରେ ମୋଟ୍ ୬୩ କୋଟିରୁ ଅଧିକ ଲୋକ ସ୍ନାନ କରିସାରିଛନ୍ତି । ମହାରଶିବରାତ୍ରୀ ପାଇଁ ମହାକୁମ୍ଭରେ ବିଶେଷ ପ୍ରସ୍ତୁତ ହୋଇଛି । ୨୬ ଫେବ୍ରୁଆରି ଦିନ ସଂଧ୍ୟା ୬ଟାରୁ ପ୍ରୟାଗରାଜକୁ କୌଣସି ଯାନବାହନ ଚଳାଚଳ ନିଷେଧ କରାଯାଇଛି। ଭିଡକୁ ଦେଖି ରେଳଷ୍ଟେସନରେ ହୋଲ୍ଡିଂ ଏରିଆ କରାଯାଇଛି। କେବଳ ଅତ୍ୟାବଶ୍ୟକ ଯାନଗୁଡିକୁ ହିଁ ପ୍ରୟାଗରାଜରେ ପ୍ରବେଶ ଅନୁମତି ରହିଛି ।


ମହାଶିବରାତ୍ରୀରେ ଗଙ୍ଗା ସ୍ନାନ, ଜଳାଭିଷେକ ଏବଂ ପୂଜା ପାଇଁ ପ୍ରମୁଖ ମନ୍ଦିର ଗୁଡିକରେ ବିଶେଷ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶାସନ ସତର୍କ ରହିଛି।



Sponsored
The Mahakumbh Mela of Prayagraj will conclude on Mahashivaratri. | Argus News