ମହାକୁମ୍ଭ ମେଳାର ମୁଖ୍ୟ ଆକର୍ଷଣ ଛୋଟୁ ବାବା , ୩୨ ବର୍ଷ ହେବ କରିନାହାନ୍ତି ସ୍ନାନ

ମହାକୁମ୍ଭ ମେଳାର ମୁଖ୍ୟ ଆକର୍ଷଣ ଛୋଟୁ ବାବା
୩୨ ବର୍ଷ ହେବ ଗାଧୋଇ ନାହାନ୍ତି ଏହି ବାବା
କହିଲେ ଏହି ମାନସିକ ପୁରଣ ହେଲେ କରିବେ ସ୍ନାନ
ଅର୍ଗସ ବ୍ୟୁରୋ : ମହାକୁମ୍ଭ ମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଗଙ୍ଗାପୁରୀ ମହାରାଜ୍ । ଯିଏ ଛୋଟୁ ବାବା ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଏହି ବାବା ଦୀର୍ଘ ୩୨ ବର୍ଷ ହେବ ଗାଧୋଇ ନାହାନ୍ତି ।
ଦୀର୍ଘ ୧୨ ବର୍ଷ ପରେ ମହାର୍ଘ ମୁହୁର୍ତ୍ତ ଆସିଛି । ଯେଉଁଥିପାଇଁ ପ୍ରୟାଗରାଜରେ ବିଶ୍ବର ସବୁଠୁ ବଡ ଧାର୍ମିକ ସମାଗମ ମହାକୁମ୍ଭ ମେଳା ହେବାକୁ ଯାଉଛି । ସନାତନୀଙ୍କ ଏପରି ସମାଗମ ହେବାକୁ ଯାଉଛି, ଯାହାକୁ ଦେଖିଲେ ପୁରା ଦୂନିଆର ଆଖି ଖୋସି ହୋଇଯିବ । ଅନେକ ସ୍ଥାନରୁ ବିଶିଷ୍ଟ ସାଧୁସନ୍ଥ ଏଠାରେ ଏକତ୍ରିତ ହେବାକୁ ଯାଉଛନ୍ତି । ଜାନୁଆରୀ ୧୩ରୁ ଫେବୃଆରୀ ୨୬ ଯାଏଁ ଏପରି ସମାଗମ ହେବାକୁ ଯାଉଛି । ତେବେ ଏହି ମହାକୁମ୍ଭ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଛୋଟୁ ବାବା ।
ଏହି ବାବାଙ୍କ ଉଚ୍ଚତା ୩ ଫୁଟ୍ ୮ ଇଞ୍ଚ । ଏହି ବାବା ଆସାମର କାମାକ୍ଷା ପୀଠରେ ଗଙ୍ଗାପୁରୀ ମହାରାଜ ନାଁ ରେ ପରିଚିତ । ତାଙ୍କୁ ସମସ୍ତେ ଛୋଟୁ ବାବା ନାମରେ ଜାଣିଛନ୍ତି । ଏହି ବାବାଙ୍କୁ ୫୭ ବର୍ଷ । ଛୋଟୁ ବାବା ଦୀର୍ଘ ୩୨ ବର୍ଷ ହେବ ଗାଧୋଇ ନାହାନ୍ତି । ଏହାର ଉତ୍ତରରେ ସେ କୁହନ୍ତି , ସେ ଦୀର୍ଘ ୩୨ ବର୍ଷ ହେବ ଏକ ମାନସିକ କରିଛନ୍ତି । ସେହି ମାନସିକ ପୂରଣ ନହେବା ଯାଏଁ ସେ ଗାଧୋଇବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ମହାକୁମ୍ଭ ମେଳାଦିନ ମଧ୍ୟ ସେ ଗଙ୍ଗାରେ ସ୍ନାନ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।ତେବେ ମହାକୁମ୍ଭ ମେଳାକୁ ନେଇ ସେ କହିଛନ୍ତି, ଏହି ମେଳାରେ ଆତ୍ମା ସହ ଆତ୍ମାର ମିଳନ ହେବ । ସେଥିପାଇଁ ମୁଁ ଏହି ମେଳାକୁ ଯାଉଛି । ଆପଣମାନେ ସମସ୍ତେ ଏହି ମେଳାକୁ ଆସୁଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି ।
ତେବେ ଆଗକୁ ହେବାକୁ ଥିବା ଏହି ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେଦିନ ମହାକୁମ୍ଭଙ୍କୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କ୍ରୁଜର ବ୍ୟବସ୍ଥା କରାଯାଇଛି । ଯେଉଁ କ୍ରୁଜରେ ଏକାସାଥିରେ ୫୦ ଜଣ ବସିପାରିବେ ।
ମହାକୁମ୍ଭ ମେଳାପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତୁତି ଆରମ୍ଭ ହୋଇଛି । ଯେଉଁଥିରେ ୩୦୦୦ ସ୍ପେସାଲ ଟ୍ରେନ ଚାଲିବ । ଏଥିରୁ ୫୬୦ଟି ଟ୍ରେନ୍ ରିଙ୍ଗ ରେଲ୍ ମାର୍ଗରେ ଚାଲିବ। ଏଥିପାଇଁ ପ୍ରୟାଗରାଜ୍ ର ଆଖପାଖର ଷ୍ଟେସନ୍ ଏବଂ ମେଳା ସ୍ଥାନରେ ଟିକେଟିଂ କାଉଣ୍ଟର ନିର୍ମାଣ କରାଜାଉଛି। ଏହି କାଉଣ୍ଟରରୁ ପ୍ରତିଦିନ 10 ଲକ୍ଷ ଟିକେଟ୍ ଦିଆଯିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ 15 ଦିନ ପୂର୍ବରୁ ଟିକେଟ୍ ବୁକିଂ ସୁବିଧା ଆରମ୍ଭ କରିଛି। ଯାତ୍ରୀମାନେ ମହାକୁମ୍ଭ 2025 ରେ ନିରାପଦ, ସୁବିଧାଜନକ ଯାତ୍ରା କରିବା ନେଇ ରେଳବାଇ ପକ୍ଷରୁ ନିଶ୍ଚିତ କରାଯାଉଛି।
ମହାକୁମ୍ଭରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ରୟାଗରାଜ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।