Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଅର୍ଗସ ବ୍ୟୁରୋ:  କେନ୍ଦ୍ର କ୍ୟାବିନେଟର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଯୋଗ ଦେଇପାରନ୍ତି । ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ପୂର୍ବରୁ ଏହି ବୈଠକର ଅନେକ ଗୁରୁତ୍ବ ରହିଛି । ଆସନ୍ତା ୨୨ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ  ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଚାଲିବ ।

୨୩ ଜୁଲାଇରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ସେପଟେ ଗୃହକୁ ସୁରୁଖୁରୁରେ ପରିଚାଳନା ପାଇଁ ବଜେଟ ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଭିନ୍ନ ଦଳର ସାଂସଦମାନଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଯାଇ କର୍ମୀଙ୍କୁ ସମ୍ବୋଧନ କରିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The meeting will be chaired by Prime Minister Narendra Modi | Argus News