Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ୱାନ ନେସନ-ୱାନ ଇଲେକ୍ସନ' ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୋଦୀ କ୍ୟାବିନେଟ

National

'ୱାନ ନେସନ-ୱାନ ଇଲେକ୍ସନ' ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୋଦୀ କ୍ୟାବିନେଟ

Ritu Das
Browse all articles by Ritu Das
·1 year ago·1 min read
'ୱାନ ନେସନ-ୱାନ ଇଲେକ୍ସନ' ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୋଦୀ କ୍ୟାବିନେଟ

ଅର୍ଗସ ବ୍ୟୁରୋ: 'ୱାନ ନେସନ-ୱାନ ଇଲେକ୍ସନ' ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୋଦୀ କ୍ୟାବିନେଟ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୋଦୀ ସରକାରଙ୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ 'ୱାନ ନେସନ-ୱାନ ଇଲେକ୍ସନ' ଉପରେ ଏକ ବିଲ୍ ଉପସ୍ଥାପନ କରାଯିବ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ କ୍ୟାବିନେଟ ସମ୍ମୁଖରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ସୁପାରିଶ କରାଯାଇଥିଲା। ଏହା ସହିତ ଲୋକସଭା ଏବଂ ବିଧାନସଭା ନିର୍ବାଚନର ୧୦୦ଦିନ ମଧ୍ୟରେ ନଗର ନିଗମ ନିର୍ବାଚନ ମଧ୍ୟ କରିବାକୁ ସୁପାରିଶ କରାଯାଇଥିଲା।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ୬୨ଟି ରାଜନୈତିକ ଦଳର ମତ ନେଇ 'ୱାନ ନେସନ-ୱାନ ଇଲେକ୍ସନ' ଉପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୨ଟି ଦଳ ସମର୍ଥନ କରିଥିଲେ, ୧୫ଟି ଦଳ ବିରୋଧ କରିଥିଲେ ଏବଂ ୧୫ଟି ଦଳ ଉତ୍ତର ଦେବାକୁ ମନା କରିଦେଇଥିଲେ। ସମର୍ଥନ କରିଥିବା ଦଳଗୁଡିକ ମଧ୍ୟରେ ବିଜେପି, ଜେଡିୟୁ, ଏଲଜେପି (ଆର) ଭଳି ଦଳ ଅନ୍ତର୍ଭୁକ୍ତ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Modi Cabinet | Argus News