Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିନକ ପରେ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

Rashmita Mishra
Browse all articles by Rashmita Mishra
·12 months ago·1 min read
ଦିନକ ପରେ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

Key Points

ଦିନକ ପରେ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ
ଆସନ୍ତାକାଲି ସବୁ ଦଳର ସାଂସଦ ମାନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ
ବୈଠକରେ ଅଧ୍ୟକ୍ଷତା କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ
ଆଗାମୀ ଅଧିବେଶନରେ ୮ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ସମ୍ଭାବନା
ସରକାରଙ୍କୁ ଘେରିବାକୁ ବିରୋଧୀ ଦଳର ରଣନୀତି

ଦିନକ ପରେ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତାକାଲି ସର୍ବଦଳୀୟ ବୈଠକ । ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବାକୁ ବିରୋଧୀଙ୍କ ସହାୟତା ଲୋଡ଼ିବେ ସରକାର। ତା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଏଥିରେ ସାମିଲ ହୋଇଥିଲେ । ଆଗାମୀ ଅଧିବେଶନରେ ସରକାର ୮ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବା ସମ୍ଭାବନା ରହିଛି ।

ମଣିପୁର ବିଧେୟକ, GST ସଂଶୋଧନ ବିଧେୟକ, ଜନ ବିଶ୍ବାସ ବିଧେୟକ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବିଧେୟକ, ଟ୍ୟାକ୍ସେସନ ଲ ସଂଶୋଧନ ବିଧେୟକ, ମାଇନ୍ସ ଆଣ୍ଡ ମିନେରାଲ୍ସ ବିଧେୟକ, IIM ସଂଶୋଧନ ବିଧେୟକ, ରାଷ୍ଟ୍ରୀୟ ଖେଳ ପ୍ରଶାସନ ବିଧେୟକ, ରାଷ୍ଟ୍ରୀୟ ଆଣ୍ଟି ଡୋପିଂ ବିଧେୟକ ପରି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହିତ ଆୟକର ବିଧେୟକ-2025, ଭାରତୀୟ ବନ୍ଦରଗାହ ବିଧେୟକ-2025, ମର୍ଚ୍ଚାଣ୍ଟ ସିପିଂ ବିଧେୟକ-2024, ଗୋଆ ଜନଜାତୀୟ ପ୍ରତିନିଧିତ୍ବ ପୁନର୍ଗଠନ ବିଧେୟକ -2024 ବିଲକୁ ଲୋକସଭାରେ ଉପସ୍ଥାପନ କରିପାରନ୍ତି ସରକାର । ସେପଟେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳର ରଣନୀତି ପ୍ରସ୍ତୁତ କରାଯାଉଛି ।


ଆସନ୍ତା ୨୧ରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ସଂସଦ ପରିସରରେ ମକ ଡ୍ରିଲ ଆୟୋଜିତ ହୋଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-monsoon-session-of-parliament-begins-a-day-later | Argus News