Videos
|
National

ଏହି ଗାଁକୁ ଯିଏ ଯାଇଛି ଆଉ ଫେରିନି

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ଗାଁକୁ ଯିଏ ଯାଇଛି ଆଉ ଫେରିନି

Key Points

ଏହି ଗାଁକୁ ଗଲେ ଆଉ ଫେରିବନି ମଣିଷ
ଯିଏ ଯାଇଛି ଆଉ ଫେରିନି
କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ୍ୟ

ପ୍ରତ୍ୟେକ ସ୍ଥାନ ଅନୁସାରେ କିଛି ନା କିଛି ରହସ୍ୟ ଲୁଚିରହିଥାଏ । ଭୂତ ପ୍ରେତଙ୍କ କଥା ଶୁଣି କେହି ଏହାକୁ ମନର ଭ୍ରମ କହି ଏଡାଇ ଦେଉଥିବାବେଳେ ଆଉ କେହି ଏହା ସତ ବୋଲି ମାନିଥାନ୍ତି । ଏମିତି ଏକ ଗାଁ ଆମ ଦେଶରେ ରହିଛି, ଯାହା ନାଁ ଶୁଣିଲେ, ସମସ୍ତେ ମନାକରନ୍ତି ସେଠାକୁ ଯିବାକୁ । ଆଉ ସେଠାରେ ରାତିରେ ରହିବା ଦୂରର କଥା ଯିବାକୁ ମଧ୍ୟ ସମସ୍ତେ ଡରିଥାନ୍ତି । କୁହାଯାଏ ସେଠାରେ ରାତିରେ ଯିଏ ରହିଛି, ଆଉ ସେଠାରୁ ଫେରିନାହିଁ । ସ୍ଥାନୀୟ ଲୋକମାନେ ବି ଦିନବେଳା ଏହି ସ୍ଥାନକୁ ଯିବାକୁ ଭୟ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଦ୍ଭୁତ ଗାଁ ବିଷୟରେ

ରାଜସ୍ଥାନର ଜୈସଲମେର ଜିଲ୍ଲାରେ ରହିଛି ଏହି ଭୂତ ଗାଁ । ଯାହାର ନାଁ ହେଉଛି କୁଲଧରା ଗାଁ। ଏହି ଗାଁ ଜୈସଲମେରଠାରୁ ପ୍ରାୟ ୨୦ କିଲୋ ମିଟର ଦୂରରେ ରହିଛି। କୁହାଯାଏ ଯେ ଏହି ଗାଁ ଅଭିଶପ୍ତ ଗାଁ। ଯେଉଁଠାରେ ଭୂତମାନେ ବାସ କରନ୍ତି। ଏହି ଗାଁକୁ ଯିବା ପାଇଁ ଆଖପାଖର ଲୋକମାନେ ଭୟ କରନ୍ତି। ପ୍ରାୟ ଦୁଇବର୍ଷ ପୂର୍ବେ ଏହି ଗାଁ ପୂରା ଖାଲି ହୋଇଯାଇଥିଲା। ସେବେଠାରୁ ଏହି ଗାଁକୁ ଭୂତ ଗାଁ ବୋଲି କୁହାଯାଉଛି। ଏହି ଗାଁରେ ବହୁତ ପୁରୁଣା ଘର ରହିଛି ଯାହାକି ଏବେ ମାଟିରେ ମିଶବାକୁ ଲାଗିଲାଣି।

୧୨୯୧ରେ ପଲିୱାଲ ବ୍ରାହ୍ମଣମାନେ ଏହି ଗାଁକୁ ବସେଇଥିଲେ। ଏହି ବ୍ରାହ୍ମଣ ଗୋଷ୍ଠୀ ପଲୀର ନିବାସୀ ଥିଲେ। ପରେ ସେମାନେ ପଲୀରୁ ବିସ୍ଥାପିତ ହୋଇ ରାଜସ୍ଥାନର ବିଭିନ୍ନ ସ୍ଥାନ ଯଥା ଯୋଧପୁର, ଜୈସଲପୁର, ସାଥଲମେର୍, ବିକାନେର୍ ଆଦି ସ୍ଥାନରେ ଆସି ରହିବାକୁ ଲାଗିଲେ। ସେ ସମୟରେ କୁଲଧରା ବହୁତ ସମୃଦ୍ଧ ଗାଁ ଥିଲା। ଏଠାରେ ସବୁ ପ୍ରକାର ସୁବିଧା ସହଜରେ ମିଳିପାରୁଥିଲା । ହଟାତ୍ ଏହି ଗାଁରେ ଏମିତି କିଛି ହେଲା ଯାହା ଦ୍ୱାରା ସବୁ କିଛି ବଦଳିଗଲା।

କୁହାଯାଏ ସେତେବେଳର ରାଜକୁମାର ଦେୱାନ ସାଲେମ୍ ସିଂହଙ୍କ ନଜର ଗାଁର ଏକ ବ୍ରାହ୍ମଣଙ୍କ କନ୍ୟା ଶକ୍ତି ମୈୟାଙ୍କ ଉପରେ ପଡିଲା। ସେ ତାଙ୍କୁ ବିବାହ କରିବାକୁ ଚାହିଁଲେ। କିନ୍ତୁ କନ୍ୟାଙ୍କ ପିତା ତାଙ୍କ ଝିଅଙ୍କୁ ଅନ୍ୟ କୌଣସି ସଂପ୍ରଦାୟ ସହିତ ବିବାହ କରିବାକୁ ଚାହୁଁ ନ ଥିଲେ। ଏଭଳି ପରିସ୍ଥିତିରେ ସାଲେମ୍ ସିଂହ ଗ୍ରାମବାସୀଙ୍କୁ ଧମକ ଦେଲେ ଯେ ଯଦି ସେ ଶକ୍ତି ମୈୟାଙ୍କୁ ବିବାହ ନ କରନ୍ତି ତେବେ ସେ ଗାଁକୁ ଧ୍ୱଂସ କରିଦେବେ। ଫଳରେ ଗାଁର ସବୁ ଲୋକ ଏକାଠି ହୋଇ ନିଷ୍ପତି ନେଲେ ସେମାନେ ଗାଁ ଛାଡି ପଳେଇବେ। ଏହାପରେ ସମସ୍ତ ବ୍ରାହ୍ମାଣ ରାତାରାତି ସେ ଗାଁ ଛାଡି ପଳେଇଲେ। ଯିବା ସମୟରେ ସେମାନେ ଅଭିଶାପ ଦେଇଗଲେ, ଯିଏବି ଏହି ଗାଁରେ ରହିବାକୁ ଚେଷ୍ଟା କରିବ ସେ ପୂରା ବର୍ବାଦ ହୋଇଯିବ। ଏହା ପରେ ସେ ଗାଁକୁ ଯିଏ ବି ଯାଇଛି କେବେ ଫେରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-mystery-behind-the-kuldhara-village | Argus News