Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ପାଇଲଟଙ୍କ ନାମ ଘୋଷଣା ହେବ

Ritu Das
Browse all articles by Ritu Das
·2 years ago·1 min read
ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ପାଇଲଟଙ୍କ ନାମ ଘୋଷଣା ହେବ

ଅର୍ଗସ ବ୍ୟୁରୋ: ଆଜି ଇସ୍ରୋର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ ପାଇଲଟଙ୍କ ନାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେରଳର ବିକ୍ରମ ସାରାଭାଇ ସ୍ପେଶ ସେଂଟର ପରିଦର୍ଶନ କରିବା ସହ ଗଗନଯାନ ମିଶନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ପିଏମ ମୋଦୀ । ଏଥି ସହିତ ଇସ୍ରୋର ୩ଟି ନୂଆ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

ଦେଶରେ ୫ ପ୍ରତିଶତ ତଳେ ପହଞ୍ଚିଛି ଦାରିଦ୍ର୍ୟ ହାର

କେରଳ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପ୍ରଥମେ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ପହଞ୍ଚି ଗଗନଯାନ ମିସନ ପାଇଁ ତାଲିମ ନେଉଥିବା ୪ ପାଇଲଟଙ୍କ ନାମ ଘୋଷଣା କରିବେ । ଏହି ୪ଜଣ ପାଇଲଟ ରୁଷରୁ ସ୍ୱତନ୍ତ୍ର ତାଲିମ ନେଇ ଫେରିଥିବା ବେଳେ ଗଗନଯାନ ମିଶନରେ ନିୟୋଜିତ ରହିଛନ୍ତି । ଚଳିତ ବର୍ଷ ଶେଷ ଆଡ଼କୁ ଇସ୍ରୋ ଏହି ୪ଜଣ ପ୍ରଶିକ୍ଷିତ ପାଇଲଟଙ୍କୁ ଗଗନଯାନରେ ମହାକାଶ ପଠାଇବାକୁ ଲକ୍ଷ୍ୟ ରଖିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
The name of the pilot | Argus News