Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପେନ୍ , ପେପରରେ ନୁହେଁ, ଅନଲାଇନ ହେବ NEET ପରୀକ୍ଷା

National

ପେନ୍ , ପେପରରେ ନୁହେଁ, ଅନଲାଇନ ହେବ NEET ପରୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପେନ୍ , ପେପରରେ ନୁହେଁ, ଅନଲାଇନ ହେବ NEET ପରୀକ୍ଷା

ଅର୍ଗସ ବ୍ୟୁରୋ:  ପେନ୍ , ପେପରରେ ନୁହେଁ, ଅନଲାଇନ ହେବ NEET ପରୀକ୍ଷା । ପେପର ଲିକ ବିବାଦ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି । ମାମଲାରେ ମହାରାଷ୍ଟ୍ରରୁ ବିହାର ଯାଏ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସିବିଆଇ ମାମଲାର ଯାଞ୍ଚ ଜାରି ରଖିଛି । ପୂର୍ବରୁ ନିଟ ୟୁଜି ଏକଜାମ ପେନ, ପେପର ମୋଡରେ ହେଉଥିଲା । ପରୀକ୍ଷାର୍ଥୀମାନେ MCQ ଫର୍ମଟାରେ OMR ସିଟରେ ପରୀକ୍ଷା ଦେଉଥିଲେ । କିନ୍ତୁ ଏଣିକି ପରୀକ୍ଷା ସମ୍ପୂର୍ଣ୍ଣ ଅନସାଇନ କରିବାକୁ ସରକାର ବିଚାର କରୁଛନ୍ତି ।  ଏକଜାମକୁ ନେଇ NTA ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସହମତି ପରେ  ଖୁବଶୀଘ୍ର ଘୋଷଣା ହେବା ସମ୍ଭାବନା ରହିଛି ।

ୟୁଜିସି ନେଟ୍‌ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବାକୁ ଯାଉଛି । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ପରୀକ୍ଷା ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ହେବା ନେଇ ଘୋଷଣା ହୋଇଛି । ଏନଟିଏର ବିଜ୍ଞପ୍ତି ଅନୁସାରେ ଏନସିଇଟି ୨୦୨୪ ପରୀକ୍ଷା ଜୁଲାଇ ୧୦ ତାରିଖରେ ହେବ। ସେହିପରି ଜୁଲାଇ ୬ ତାରିଖରେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The NEET exam will be online instead of pen, paper | Argus News