Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠୁ ଦେଶରେ ଲାଗୁ ହୋଇଛି ନୂତନ ଆଇନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜିଠୁ ଦେଶରେ ଲାଗୁ ହୋଇଛି ନୂତନ ଆଇନ

ଅର୍ଗସ ବ୍ୟୁରୋ:  ଜୁଲାଇ ଏକ ତଥା ଆଜିଠାରୁ ଦେଶରେ ଲାଗୁ ହୋଇଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ହୋଇଥିବା ନୂତନ ଆଇନ। ବ୍ରିଟିଶ ଅମଳର ଆଇନ ବ୍ୟବସ୍ଥାକୁ ବର୍ତ୍ତମାନର ଭାରତ ସରକାରଙ୍କ ପକ୍ଷରୁ ସଂଶୋଧିତ କରାଯାଇ ଭାରତୀୟ ପିଙ୍ଗଳ କୋଡ ବଦଳରେ ଭାରତୀୟ ନ୍ୟାୟ ସଂହିତା -୨୦୨୩, କ୍ରିମିନାଲ ପ୍ରୋସିଡିଓର କୋଡ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩ ଓ ଭାରତୀୟ ସାକ୍ଷ୍ୟବିଧି ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ -୨୦୨୩ କରାଯାଇଛି। ଏହି ନୂତନ ଆଇନ ପୋଲିସ ଓ ତଦନ୍ତ ବ୍ୟବସ୍ଥାକୁ ଆଧୁନିକ ଯୁଗକୁ ଆଣିବ।

କାରଣ ବ୍ରିଟିଶ ଅମଳ ସମୟରେ ଲାଗୁ ହୋଇଥିବା ଆଇନ ବ୍ୟବସ୍ଥା ଦେଶ ସ୍ବାଧୀନ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ ହେଉଥିଲା। ଯାହାର ଉଦ୍ଦେଶ୍ୟ କେବଳ ଦଣ୍ଡ ଦେବା ନ୍ୟାୟ ପ୍ରଦାନ ନୁହେଁ। ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ନୂତନ ଆଇନ ଭାରତୀୟଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବ। ଏହି ନୂତନ ଆଇନ ସଂପର୍କରେ ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସୌରଚନ୍ଦ୍ର ମହାପାତ୍ର।

ଅଧିକ ପଢ଼ନ୍ତୁ ଦେଶ ଖବର:  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The new law amended by the central government has been implemented in the country from today | Argus News