Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ

Smruti Parija
Browse all articles by Smruti Parija
·2 years ago·2 min read
ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ

ଅର୍ଗସ ବ୍ୟୁରୋ: ବଦଳିବ ବ୍ରିଟିଶ ଆଇନ | ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆଲୋଚନା କଲେ ପୋଲିସ ଡିଜିପି ଅରୁଣ ଷଡଙ୍ଗୀ । ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା । ସବୁ ରାଜ୍ୟର ଡିଜିପି ଭିସି ଦ୍ୱାରା ବୈଠକରେ ସାମିଲ । ଫେବୃଆରୀ ମାସରେ ଏ ନେଇ ନୋଟିଫିକେସନ ଆସିଥିଲା ।

ଦେଶରୁ ହଟିବ ସିଆରପିସି, ଆଇପିସି ଓ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍‌ ଏଭିଡେନ୍‌ସ୍‌ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’ । ଏଥିରେ ପୂର୍ବରୁ ୫୧୧ଟି ସେକ୍‌ସନ୍‌ ଥିଲା, ଏବେ ୩୫୮ଟି ସେକ୍‌ସନ୍‌ ରହିବ। ୧୭୫ଟି ସେକସନ୍‌ ସଂଶୋଧନ କରାଯିବ । ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଚାଲି ଆସିଥିଲା । ଏ ନେଇ ନ୍ୟାସନ୍ୟାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି । ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।

କ୍ରାଇମବ୍ରାଞ୍ଚବ୍ରାଞ୍ଚ ଆଡିସିନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଆଡିସିନାଲ ଚିଫ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି । କେନ୍ଦ୍ରର ଗୃହ ସଚିବ ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି। ଏ ନେଇ ପୋଲିସ ଅଧିକାରୀ ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧୀନରେ ଟ୍ରାଏଲ କରାଯିବ।  କିନ୍ତୁ ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ଦେଶରେ ନୂଆ ନିୟମ ଲାଗୁହେଲେ ଲୋକେ ଉପକୃତ ହେବେ | ନ୍ୟାୟିକ ପ୍ରକ୍ରିୟାରେ ସୁଧାର ଆସିବ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଡିଜି ସଂଜୀବ ମାରିକ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶରେ ନୂଆ ନିୟମ ଲାଗୁହେବା ପରେ ସେହି ନିୟମ ଅନୁଯାଇ ଟ୍ରେନିଂ ନେବେ ପୋଲିସ | ଭାରତ ସରକାରଙ୍କର ଏହି ଯୁଗାନ୍ତକାରି ପଦକ୍ଷେପକୁ ସବୁ ଆଡୁ ପ୍ରଶଂସା କରାଯାଇଛି ।

ଆହୁରି ପଢନ୍ତୁ ଭାରତ ଖବର...

Sponsored
The new police law will come into force across the country from July 1 | Argus News