ନୂଆ ଟିକସ ବ୍ୟବସ୍ଥା ଚୟନ ବ୍ୟକ୍ତିଙ୍କୁ କେନ୍ଦ୍ରସରକାରଙ୍କ ଉପହାର

ଅର୍ଗସ ବ୍ୟୁରୋ: ୩ ଲକ୍ଷ ଆୟ ଯାଏ ଟ୍ୟାକ୍ସ ଛାଡ଼। ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଏହି ବଜେଟରେ ବିଭିନ୍ନ ଆୟ ଅନୁସାରେ ବ୍ୟକ୍ତିଗତ ଆୟକର ଘୋଷଣା କରାଯାଇଛି । ନୂଆ ଟିକସ ବ୍ୟବସ୍ତାରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଟ୍ୟାକ୍ସ ଡିଡକ୍ସନକୁ ୫୦୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦୦ ଟଙ୍କା କରାଯାଇଛି।
ଦେଖିବାକୁ ଗଲେ ୩ ଲକ୍ଷରୁ ୭ ଲକ୍ଷ ଯାଏ ଆୟରେ ମାତ୍ର ୫% ଆୟକର ଦେବାକୁ ପଡିବ। ଏହାପୂର୍ବରୁ ୬ ଲକ୍ଷ ଯାଏ ଆୟ ଉପରେ ୫% ଟ୍ୟାକ୍ସ, ୬ ଲକ୍ଷରୁ ୯ ଲକ୍ଷ ଯାଏ ଆୟ ଉପରେ ୧୦ % ଟ୍ୟାକ୍ସ ଦେବାକୁ ପଡୁଥିଲା। ନୂଆ ବ୍ୟବସ୍ଥା ଅନୁସାରେ କିନ୍ତୁ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%, ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ରଖାଯାଇଛି ୩୦% ।
📱 Get Argus News App
✨ଏଥିସହ ଚଳିତ ବଜେଟ୍ ରେ ନୂଆ ଟିକସ ବ୍ୟବସ୍ଥା ଚୟନ କରିଥିବା ବ୍ୟକ୍ତିଙ୍କୁ ବଡ଼ ଉପହାର ମିଳିଛି କେନ୍ଦ୍ରସରକାରଙ୍କ ପକ୍ଷରୁ। ବଜେଟରେ ସବୁ ବର୍ଗକୁ କିଭଳି ସନ୍ତୁଷ୍ଟ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେଇଛନ୍ତି ମୋଦି ସରକାର