Videos
|
National

13ରୁ ଅଧିକ ଦେଶରେ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ

Ritu Das
Browse all articles by Ritu Das
·1 year ago·2 min read
13ରୁ ଅଧିକ ଦେଶରେ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ

ଅର୍ଗସ ବ୍ୟୁରୋ: କରୋନା କଥା ଭାବିଲେ ନିଶ୍ଚିତ ଡର ଲାଗୁଛି। କାରଣ ବହୁତ ଲୋକଙ୍କର ଜୀବନ ନେଇଛି କରାନା। ଏହି ଭାଇରସ ଶେଷ ହେବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଚିନ୍ତାର କାରଣ ସାଜିଛି । ଏହାରି  ଭିତରେ ଆଉ ଏକ ଭାରିଆଣ୍ଟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରେ ଲାଗିଛି । ନୂଆ ଭାରିଆଣ୍ଟ ଏକ୍ସଇସି ୟୁରୋପରେ କାୟା ବିସ୍ତାର କରୁଛି । ଗତ ଜୁନ୍ ମାସରେ ଜର୍ମାନୀରେ ପ୍ରଥମ ଥର ଚିହ୍ନଟ ହୋଇଥିଲା । ଯାହା ବର୍ତ୍ତମାନ 13ରୁ ଅଧିକ ଦେଶରୁ ନିଜ ଅକ୍ତିଆରକୁ ନେଇଛି । ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ ଓମିକ୍ରନର ଦୁଇଟି ସବ୍ ଭାରିଆଣ୍ଟ KS.1.1 ଏବଂ KP.3.3ର ମିଳିତ ରୂପ ଅଟେ । KS.1.1ହେଉଛି FLIRT ଭାରିଆଣ୍ଟ ଅଟେ, ଯାହା କୋଭିଡ ମାମଲା ବୃଦ୍ଧି ପାଇଁ କାରଣ ବୋଲି କୁହଯାଉଛି।

 

କରୋନାର XEC ଭାରିଆଣ୍ଟ କଣ?
ଏହି ଭାରିଆଣ୍ଟ କରୋନାର KS.1.1 ଏବଂ KP.3.3ର ମିଳିତ ରୂପ ବୋଲି କୁହାଯାଉଛି। ଏହି ଦୁଇ ସବ ଭାରିଆଣ୍ଟ ପୂର୍ବରୁ ହିଁ ବିଶ୍ବର ଚିନ୍ତାର କାରଣ ସାଜିଥିଲା । କିନ୍ତୁ ଦୁଇଟି ଭାରିଆଣ୍ଟ ମିଶି ଗୋଟିଏ ଭାରିଆଣ୍ଟ ହେବା ଦ୍ବାରା ଏହା ଆହୁରି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି । 
XEC ଭାରିଆଣ୍ଟର ଲକ୍ଷଣଗୁଡ଼ିକ ପୂର୍ବ ଓମିକ୍ରନ୍ ପ୍ରକାରଗୁଡିକ ସହିତ ପ୍ରାୟ ସମାନ ଏବଂ ଏଥିରେ ଜ୍ୱର, ଗଳା ଯନ୍ତ୍ରଣା, ଗନ୍ଧ ହ୍ରାସ, କାଶ, ଭୋକ ନ ହେବା, ଶରୀର ବଥା ହେବ ବୋଲି ଜଣାପଡ଼ିଛି। 

ସେହିପରି FLirt  ଭାରିଆଣ୍ଟସ ପ୍ରାୟ ଓମିକ୍ରନ ଭାରିଆଣ୍ଟ ସହ ସମାନ। ଏହି ରୋଗର ଲକ୍ଷଣ ୧୪ ଦିନ ପରେ ଜଣାପଡ଼େ। ଏହି ଭାରିଆଣ୍ଟ ଦ୍ବାରା ସଂକ୍ରମଣ ମଧ୍ୟ ଅଧିକ ହେବାର ସମ୍ଭାବନା ରହିଛି । କିନ୍ତୁ ଅନେକ ବୈଜ୍ଞାନିକ ଦାବି କରି କହିଛନ୍ତି ଯେ, ଏହି ଭାରିଆଣ୍ଟକୁ କୋଭିଡ ଭ୍ୟାକ୍ସିନ ପ୍ରତିରୋଧ କରିପାରିବ। ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଲୋକଙ୍କୁ କରୋନା ଭ୍ୟାକ୍ସିନ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଏଥିରୁ ବର୍ତ୍ତିବାର ଏହା ଏକମାତ୍ର ଉପାୟ ଅଟେ । ପରିଷ୍କାର ପରିଚ୍ଛନ୍ନତା, ମାସ୍କ ପିନ୍ଧିବା, ଦୂରତା ବଜାଇ ରଖିବା ଭଳି ନୟମକୁ ପାଳନ କରିବା ଦ୍ବାରା କିଛି ମାତ୍ରାରେ ସଂକ୍ରମଣକୁ ଏଡାଯାଇପାରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର