Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖୁବଶୀଘ୍ର ଜାରି ହେବ ପିଏମ କିଶାନ ଯୋଜନାର ପରବର୍ତ୍ତୀ କିସ୍ତି

Ritu Das
Browse all articles by Ritu Das
·1 year ago·1 min read
ଖୁବଶୀଘ୍ର ଜାରି ହେବ ପିଏମ କିଶାନ ଯୋଜନାର ପରବର୍ତ୍ତୀ କିସ୍ତି

ଅର୍ଗସ ବ୍ୟୁରୋ: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି ଲୋକ ଏହି ସରକାରୀ ଯୋଜନାର ଲାଭ ପାଇଛନ୍ତି। ଭାରତ ଏକ କୃଷି ପ୍ରଧାନ ଦେଶ, ଭାରତର ୫୦% ରୁ ଅଧିକ ଲୋକ ଚାଷରୁ ରୋଜଗାର କରନ୍ତି। ସେଥିପାଇଁ ସରକାର ବିଶେଷକରି କୃଷକମାନଙ୍କ ପାଇଁ ଅନେକ ଯୋଜନା ମଧ୍ୟ ଆଣିଛନ୍ତି।

ଯେଉଁମାନେ ଚାଷ କରି ପର୍ଯ୍ୟାପ୍ତ ଅର୍ଥ ରୋଜଗାର କରିବାକୁ ସକ୍ଷମ ନୁହଁନ୍ତି । ସେହି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଚଲାଉଛନ୍ତି। ଯେଉଁଥିରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ। କିଶାନ ଯୋଜନା ଅଧୀନରେ ସରକାର ଏ ପର୍ଯ୍ୟନ୍ତ ୧୮ଟି କିସ୍ତି ଜାରି କରିଛନ୍ତି। ବର୍ତ୍ତମାନ କୃଷକମାନେ ଏହି ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପରବର୍ତ୍ତୀ କିସ୍ତି କେବେ ଜାରି ହୋଇପାରେ ଜାଣନ୍ତୁ। 
ବର୍ତ୍ତମାନ କୃଷକମାନେ ୧୯ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ସରକାର ୪ ମାସ ବ୍ୟବଧାନରେ କିସ୍ତି ପଠାନ୍ତି । ଏହି ଯୋଜନାର ୧୮ ତମ କିସ୍ତି ଅକ୍ଟୋବର ମାସରେ ଖାତାକୁ ଆସିଥିଲା। ଯଦି ଏହି ଦୃଷ୍ଟିକୋଣରୁ ଦେଖାଯାଏ, ୧୯ ତମ କିସ୍ତି ଫେବୃଆରୀରେ ଜାରି ହୋଇପାରେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The next installment | Argus News