Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୦ ବର୍ଷ ହେଲା ଖୋଜା ଚାଲିଛି  ସୁଡଙ୍ଗର ରହସ୍ୟ  

National

୧୦ ବର୍ଷ ହେଲା ଖୋଜା ଚାଲିଛି  ସୁଡଙ୍ଗର ରହସ୍ୟ  

Manini Pattanayak
Browse all articles by Manini Pattanayak
·2 years ago·1 min read
୧୦ ବର୍ଷ ହେଲା ଖୋଜା ଚାଲିଛି  ସୁଡଙ୍ଗର ରହସ୍ୟ  

ନୂଆଦିଲ୍ଲୀ:  ସୁଡଙ୍ଗରୁ ଆସୁଛି ଭୟଙ୍କର ବିସ୍ଫୋରଣର ଶଦ୍ଦ।  ଏ ଶଦ୍ଦ ଆଜି କାଲିର ନୁହେଁ ଦୀର୍ଘ ୧୦ ବର୍ଷ ହେଲା  ୮ଟି ସୁଡଙ୍ଗରୁ ଆସୁଛି ଭୟଙ୍କର ରଡି। ସାଇବେରିଆର  ଏ ଖବରଟି ଚକିତ କଲାପରି। ୧୬୦ ଫୁଟ ଗଭୀର ଏହି ସୁଡଙ୍ଗରୁ  ଆସୁଥିବା ଏ ଶଦ୍ଦରେ କୋକୁଆ ଭୟ ସୃଷ୍ଟି ହୋଇଛି।   ସୁଡଙ୍ଗ ରୁ ଏପରି ଶଦ୍ କେଉଁଠୁ ଆସୁଛି ?  ଆଉ କଣ ପାଇଁ ଆସୁଛି? ଏ ସୁଡଙ୍ଗର ସୃଷ୍ଟି କିପରି ହେଲା ?। ଏ ସବୁ ପ୍ରଶ୍ନର ଉତ୍ତର ଖୋଜି ଆସୁଥିଲେ ବୈଜ୍ଞାନିକ।  ବହୁ ପରୀକ୍ଷା ନିରିକ୍ଷା ପରେ ଏହାର ରହସ୍ୟ ଯାଣିବାକୁ ପାଇଛନ୍ତି ବୈଜ୍ୟାନିକ।  ବୈଜ୍ଞାନିକଙ୍କ ଦ୍ୱାରା  ନିକଟରେ ପ୍ରକାଶ ପାଇଥିବା EarthArXivରେ  ପ୍ରୀପ୍ରୀଣ୍ଟ  ପେପର   ଏହାର ଖୁଲାସା ହୋଇଛି।  

ଏଥିରେ ସୁଡଙ୍ଗମାନଙ୍କର ସୃଷ୍ଟି ହେବାର ରହସ୍ୟର   ଖୁଲାସା କରାଯାଇଥିବାର ଦାବା କରାଯାଇଛି। ତେବେ  କିଛି ବର୍ଷ ହେଲା ଏ ସୁଡଙ୍ଗ ସୃଷ୍ଟିକୁ ନେଇ ଅନେକ  ତର୍ଜମା ଚାଲିଥିଲା। ଅନେକ କାରଣ ମଧ୍ୟ  ଥାଇପାରେ ବୋଲି କୁହାଯାଉଥିଲା।  ସେଥିରୁ ଗୋଟିଏ କାରଣ ହେଉଛି, ଏସୁଡଙ୍ଗ ଐତିହାସିକ    ହ୍ରଦର ହିସା।  ଯାହା ଅତ୍ୟଧିକ  ଥଣ୍ଡା କାରଣରୁ ବରଫର ଯମି ଯାଇ ପରେ ଏହା କୌଣସି କାରଣ ବସତଃ ସୁଖିଯାଇଛି। ଏହାପରେ  ମାଟି ତଳେ  ପ୍ରାକୃତିକ ଗ୍ୟାସ  ବାହାରିବା ପାଇଁ ଯେଉଁ ଚାପ ପଡିଲା ତାହା ଭୟାନକ ବିସ୍ଫୋରଣ ସହ ବଡ ବଡ ଗର୍ତ୍ତ ହୋଇ ସୃଷ୍ଟି ହେଲା। ଯାହା  ବିରାଟକାୟ ସୁଡଙ୍ଗ ହୋଇ ଉଭା ହୋଇଛି। ଏହା କହୁଛି ରିପୋର୍ଟ।   ଋଷର  ଉତ୍ତର ୟମାଲ  ଏବଂ ଜିଡାନ ପରି ଦ୍ୱୀପରେ ଏଭଳି ସୁଡଙ୍ଗ ସୃଷ୍ଟି ହୋଇଛି।  ଏହାର ଭୟଙ୍କର ରଡିରେ ଭୟଭୀତ ଲୋକେ।  

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The noise coming from this 160 feet deep well has created fear in siberia | Argus News