Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାବଧାନ ! ଦେଶରେ ୬ ହଜାର ଡେଇଁଲା କରୋନା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସାବଧାନ ! ଦେଶରେ ୬ ହଜାର ଡେଇଁଲା କରୋନା

Key Points

ଗତ ୨୪ ଘଣ୍ଟାରେ ଗଲାଣି ୬ ଜୀବନ
ସବୁଠାରୁ ଅଧିକ ସଂକ୍ରମକ କେରଳରେ

ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ଲଗାତାର ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ସକ୍ରିୟ ସଂକ୍ରମଣ ମାମଲା ସଂଖ୍ୟା ୬ ହଜାରକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଛଅ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ରହିଛି କେରଳ। ଏଠାରେ ୧୯୫୦ ଟି ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।


ସେହିଭଳି ଗୁଜୁରାଟରେ ୮୨୨, ଦିଲ୍ଲୀରେ ୬୮୬, ମହାରାଷ୍ଟ୍ରରେ ୫୯୫, କର୍ଣ୍ଣାଟକରେ ୩୬୬, ଉତ୍ତର ପ୍ରଦେଶରେ ୨୧୯, ତାମିଲନାଡୁରେ ୧୯୪, ହରିୟାଣାରେ ୧୦୨ ମାମଲା ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ରାଜ୍ୟରେ ଆଉ ୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ରହିଛି। ୧୨ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ୭୬୯ ନୂତନ ସଂକ୍ରମଣ ସହିତ ଭାରତରେ ସକ୍ରିୟ କୋଭିଡ୍ ମାମଲା ୬ ହଜାର ଅତିକ୍ରମ କରିଛି। ବର୍ଦ୍ଧିତ କୋଭିଡ୍ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଅକ୍ସିଜେନ୍, ଆଇସୋଲେସନ୍ ବେଡ୍, ଭେଣ୍ଟିଲେଟର ଏବଂ ଅତ୍ୟାବଶ୍ୟକ ଔଷଧ ମହଯୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Sponsored
The number of corona infected people is increasing in India | Argus News