Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

National

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

Key Points

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଦିଲ୍ଲୀରେ କରୋନା ସକ୍ରଂମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ, ଆନ୍ଧ୍ର, ହରିୟାଣା, କେରଳ ଓ କର୍ଣ୍ଣାଟକରେ ନୂଆ ରୋଗୀ ଚିହ୍ନଟ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗୁଆ ସଜାଗ ହୋଇଛନ୍ତି ଦିଲ୍ଲୀ ଓ ଆନ୍ଧ୍ର ସରକାର । ଦିଲ୍ଲୀରେ କରୋନା ସକ୍ରଂମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଛି ବିଜ୍ଞପ୍ତି । ଯେଉଁଥିରେ ସମସ୍ତ ହସ୍ପିଟାଲକୁ ସତର୍କ ରହିବାକୁ ଏବଂ କୋଭିଡ୍ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ ଗୁଡ଼ିକୁ ଶଯ୍ୟା, ଅକ୍ସିଜେନ, ଔଷଧ ଏବଂ ଟୀକାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ପଡିବ। ଏହା ବ୍ୟତୀତ, ଭେଣ୍ଟିଲେଟର, ଅମ୍ଳଜାନ ଏବଂ PSA ୟୁନିଟ୍ ଭଳି ସମସ୍ତ ଆବଶ୍ୟକୀୟ ଉପକରଣ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ପରାମର୍ଶ ଦିଆଯାଇଛି।


ସେହିଭଳି ଆନ୍ଧ୍ର ପ୍ରଦେଶ ସରକାର ଜାରି କରିଛନ୍ତି କୋଭିଡ୍ ନିର୍ଦ୍ଦେଶାବଳୀ । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଘରେ ରହିବା ପାଇଁ ବୟସ୍କ ଓ ଗର୍ଭବତୀଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କୁ ଭିଡ଼ ସ୍ଥାନରେ ଏବଂ ଯାତ୍ରା ସମୟରେ ‘ଅବଶ୍ୟକୀୟ ଭାବରେ’ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-number-of-covid-cases-in-the-country-is-increasing | Argus News