କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ପାର୍

Key Points
ଦେଶରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା
ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ପାର୍
୨୪ ଘଣ୍ଟାରେ ୬ ଜଣଙ୍କ ମୃତ୍ୟୁ
ଦେଶରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ପାର୍ ହୋଇଛି । ଗତ ୨୪ ଘଣ୍ଟାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ଦୁଇ ଜଣ, ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ହୋଇଛି । ସେପେଟ କରୋନା ସଂକ୍ରମଣ ବଢୁଥିବାରୁ ବଡ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।
ଗତ 10 ଦିନ ଭିତରେ କରୋନା କାରଣରୁ 40 ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ପ୍ରତିଦିନ ପ୍ରାୟ ୩୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଓଡ଼ିଶାରେ ସ୍ଥିତି ଚିନ୍ତାଜନକ ନାହିଁ । ବର୍ତ୍ତମାନ ରାଜ୍ୟରେ 41 ଜଣ ସକ୍ରିୟ କୋଭିଡ୍ ଆକ୍ରାନ୍ତ ଅଛନ୍ତି। ମୋଟ 64 ଆକ୍ରାନ୍ତଙ୍କ ମଧ୍ୟରୁ 23 ଜଣ ସୁସ୍ଥ ହୋଇସାରିଲେଣି। ସଂକ୍ରମଣ ବୃଦ୍ଧି ପଛରେ ଓମିକ୍ରାନର ସବ ଭାରିଏଣ୍ଟ ରହିଥିବା ପରୀକ୍ଷାର ସ୍ପଷ୍ଟ ହୋଇଛି ।