Videos
|
National

ଦିନକୁ ଦିନ ଭାଇରସ୍ HMPVରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି

Rashmita Mishra
Browse all articles by Rashmita Mishra
·1 year ago
ଦିନକୁ ଦିନ ଭାଇରସ୍ HMPVରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି

ଅର୍ଗସ ବ୍ୟୁରୋ: ଦିନକୁ ଦିନ ଭାଇରସ୍ HMPVରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତରେ ଏଯାଏଁ ୯ଜଣ HMPVରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇରେ ଏକ ୬ ମାସର ଶିଶୁ କନ୍ୟା ସଂକ୍ରମିତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୩ଜଣ, କର୍ଣ୍ଣାଟକ ଓ ତାମିଲନାଡୁରେ ୨ଜଣ ଲେଖାଏଁ, ପଶ୍ଚିମବଙ୍ଗ ଓ ଗୁଜରାଟରେ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ମୁମ୍ବଇରେ ସଂକ୍ରମିତ ହୋଇଥିବା ୬ ମାସର ଶିଶୁ କନ୍ୟା ଗତ କିଛିଦିନ ହେଲା ଅସୁସ୍ଥ ଥିଲା। ତାର ଅକ୍ସିଜେନ ଲେବଲ ହ୍ରାସ ପାଇବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛି। ପୂର୍ବରୁ ମହାରାଷ୍ଟ୍ରର ନାଗପୁରର ଏକ ହସ୍ପିଟାଲରେ ଆସିଥିବା ଦୁଇ ସଂକ୍ରମିତଙ୍କ ବୟସ ୭ ଏବଂ ୧୪ ବୋଲି ଜଣାପଡିଛି। ଦୁଇ ପିଲାଙ୍କୁ କାଶ ଜର ହୋଥିବାରୁ ହ୍ସିପିଟାଲ୍ ରେ ଭର୍ତି ହୋଇଥିଲେ ଏବଂ ସେମାନଙ୍କର HMPV ଭାଇରସ୍‌ ରିପୋର୍ଟ ପଜିଟିଭ ଆସିଥିଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-number-of-people-infected-with-the-virus-hmpv-is-increasing-day-by-day | Argus News