Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଜେଇଇ ପରୀକ୍ଷା ପାଇଁ ଆସିଲା ନୋଟିଫିକେସନ, ମେ ୨ରୁ ୧୨ତାରିଖ ଯାଏ ଚାଲିବ ପରୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଓଜେଇଇ ପରୀକ୍ଷା ପାଇଁ ଆସିଲା ନୋଟିଫିକେସନ, ମେ ୨ରୁ ୧୨ତାରିଖ ଯାଏ ଚାଲିବ ପରୀକ୍ଷା

ଓଜେଇଇ ପରୀକ୍ଷା ପାଇଁ ଆସିଲା ନୋଟିଫିକେସନ । ମେ ୨ରୁ ୧୨ତାରିଖ ଯାଏ ଚାଲିବ ପରୀକ୍ଷା । ୩ଟି ସିଫ୍ଟରେ ହେବ ପରୀକ୍ଷା । ସକାଳ ୮ ଟା ୩୦ ରୁ ୧୦ ଟା ୩୦, ମଧ୍ୟାହ୍ନ ୧୨ ଟା ୩୦ରୁ ୨ଟା ୩୦ ଏବଂ ଅପରାହ୍ନ ୪ଟା ୩୦ରୁ ୬ ଟା ୩୦ ଯାଏ ଚାଲିବ ପରୀକ୍ଷା । ସିବିଟି ମୋଡ଼ରେ ହେବ ପରୀକ୍ଷା । ମେ ୨ତାରିଖରେ ୩ଟି ଯାକ ସିଫ୍ଟରେ ବି.ଫାର୍ମା ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା । ୩ ତାରିଖ ପ୍ରଥମ ସିଫ୍ଟରେ ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି (ଏଲ୍‌ଇ) ଫାର୍ମା ।


ଦ୍ବିତୀୟ ଓ ତୃତୀୟ ସିଫ୍ଟରେ ଏମ୍‌ବିଏ ପାଇଁ ପ୍ରବେଶିକା ପରୀକ୍ଷା ହେବ । ୫ ତାରିଖରେ ଏଲ୍‌ଇ. ଟେକ୍ (ଡିପ୍ଲୋମା), ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ, ବି.କାଟ୍ ( ସିନେମାଟୋଗ୍ରାଫି, ସାଉଣ୍ଡ ରେକଡିଂ ଓ ଡିଜାଇନ୍), ଏଲ୍‌ଇ. ଟେକ୍ ଭଳି ପରୀକ୍ଷା ହେବ । ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ଛାତ୍ରୀଛାତ୍ର ଓଜେଇଇ ଓ୍ବେବ୍‌ସାଇଟ୍‌ରୁ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-ojee-2025-notification-has-been-released-and-the-exam-will-be-conducted-from-may-2nd-to-12th-2025 | Argus News