|
logo
Live

Argus News - ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି: ଯୋଗୀ ଆଦିତ୍ୟନାଥ

National

ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି: ଯୋଗୀ ଆଦିତ୍ୟନାଥ

Banajyotshna Ray
Browse all articles by Banajyotshna Ray
·2 years ago
ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି: ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ:  ଅଳ୍ପ କିଛି ଲୋକଙ୍କ ପାଇଁ ଦେଶରେ ବଦନାମ ହୋଇଥିଲା ଉତ୍ତରପ୍ରଦେଶ । କିନ୍ତୁ ଏବେ ଉତ୍ତରପ୍ରଦେଶ ପ୍ରତି ଲୋକମାନଙ୍କ ଧାରଣା ବଦଳିଛି । ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି । ଗୋରଖପୁରରେ ରେଗାଲିଆ ରିସୋର୍ଟ ଏବଂ ବ୍ୟାଙ୍କୁଏଟ୍ ହଲ୍ ଉଦଘାଟନ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  ଗତ ଫେବ୍ରୁଆରି ମାସରେ 40 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପୂର୍ବରୁ ଏହି ପରିମାଣ 10ରୁ 12 ଲକ୍ଷ କୋଟି ମଧ୍ୟରେ ସୀମିତ ଥିଲା । ସମୟ ସହିତ ତାଳଦେଇ ଉତ୍ତରପ୍ରଦେଶ ଆଗକୁ ବଢୁଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି: ଯୋଗୀ ଆଦିତ୍ୟନାଥ | Argus News