Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହରିୟାଣାରୁ ନେଇ ଜମ୍ମୁ-କାଶ୍ମୀର ସବୁଠି କଂଗ୍ରେସ୍ ଚିତପଟାଙ୍ଗ

National

ହରିୟାଣାରୁ ନେଇ ଜମ୍ମୁ-କାଶ୍ମୀର ସବୁଠି କଂଗ୍ରେସ୍ ଚିତପଟାଙ୍ଗ

Manini Pattanayak
Browse all articles by Manini Pattanayak
·1 year ago·2 min read
ହରିୟାଣାରୁ ନେଇ ଜମ୍ମୁ-କାଶ୍ମୀର ସବୁଠି କଂଗ୍ରେସ୍ ଚିତପଟାଙ୍ଗ

ନୂଆଦିଲ୍ଲୀ:  ହରିୟାଣାରୁ ନେଇ ଜମ୍ମୁ-କାଶ୍ମୀର ସବୁଠି କଂଗ୍ରେସ୍ ଚିତପଟାଙ୍ଗ । ହାତ ଦଳର ବିଭାଜନକାରୀ ରାଜନୀତିକୁ ରିଜେକ୍ଟ କଲେ ଜନତା । ଦେଶ ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳଙ୍କ ସହ ହାତ ମିଳାଇବା କଂଗ୍ରେସ ପାଇଁ ପଡୁଛି ମହଙ୍ଗା । ପ୍ରଧାନମନ୍ତ୍ରୀଙ୍କ ସହ ଛିଡ଼ା ହୋଇଛନ୍ତି ଦେଶର ଗରିବ ସେନା  ।   ପ୍ରଥମେ ଏକଜିଟ୍ ପୋଲର ଆକଳନ, ଆଉ ଆଜି ସକାଳୁ ଭୋଟ୍ ଗଣନା ଆରମ୍ଭ ହେବାର କିଛି ସମୟ କଂଗ୍ରେସ ଶିବିରରେ ଭରିଦେଲା ଉଲ୍ଲାସ। ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ହେବା ପରେ ବାଜା, ବାଣ, ରୋସଣି ସାଙ୍ଗକୁ ମିଠା ଧରି ନାଚିଲେ କଂଗ୍ରେସ କର୍ମୀ । ଦିଲ୍ଲୀ ଏଆଇସିସି ହେଡ୍ କ୍ବାର୍ଟରରେ ବି ଜମିଥିଲା ଗହଳି । ହେଲେ କାଉଣ୍ଟିଂର ଘଣ୍ଟାଏ ବିତୁ ବିତୁ ପାଲଟିବାରେ ଲାଗିଲା ବାଜି। ଶୂନଶାନ୍ ହୋଇଗଲା କଂଗ୍ରେସ ଅଫିସ୍ । ପୁଣି ଥରେ କଂଗ୍ରେସ କର୍ମୀଙ୍କ ଭିତରେ ଦେଖାଗଲା ହତାଶା, କାରଣ ହରିୟାଣା ଓ ଜାମ୍ମୁ ଓ କାଶ୍ମୀର ଦୁଇଟି ଯାକ ବିଧାନସଭା ନିର୍ବାଚନରେ କଂଗ୍ରେସ ହୋଇଯାଇଛି ପ୍ରାୟ ସଫା।

 ହରିୟାଣାରେ ବିଜୟ ପାଇଁ କଳ, ବଳ, କୌଶଳ ସବୁ ଆପଣାଇଥିଲା କଂଗ୍ରେସ। ଜାଟ୍ ଭୋଟ୍ ଧ୍ରୁବୀକରଣ ପାଇଁ ଉଦ୍ୟମ କଲେ, ଅଗ୍ନିବୀର, କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କଲେ। ରାହୁଲ-ପ୍ରିୟଙ୍କା ହରିୟାଣାରେ ମାରାଥନ୍ ରାଲି ଓ ରୋଡ଼ ସୋ କଲେ । କିନ୍ତୁ ବଦଳିଲାନାହିଁ କଂଗ୍ରେସର ଭାଗ୍ୟ। ସ୍ଥିତି ଯଥା ପୂର୍ବଂ ତଥା ପରଂ। ପ୍ରଧାମନ୍ତ୍ରୀ ମୋଦି ମାତ୍ର ଚାରିଟି ରାଲିରେ ହିଁ ହରିୟାଣାରେ ସବୁ ରେକର୍ଡ ଭାଙ୍ଗି ଚୁରମାର କରିଦେଲେ । ଆଣ୍ଟି ଇନକମ୍ବାନ୍ସିଂ ପ୍ରୋ ଇନକମ୍ବାନ୍ସି ପାଲଟିଲା। ମୋଦିଙ୍କ ସହ ଛିଡ଼ା ହେଲେ ଦେଶର ଗରିବ ଆର୍ମି । 
 ହରିୟାଣା ହେଉ କି ଜମ୍ମୁ କାଶ୍ମୀର କୌଣସି ଠାରେ ବି କଂଗ୍ରେସକୁ ବିଶ୍ବାସକୁ ହିଁ ନେଇନାହାନ୍ତି  ଜନତା। ଜମ୍ମୁ-କାଶ୍ମୀରରେ ଏନସି ସହ ମିଶି କଂଗ୍ରେସ ନିର୍ବାଚନ ଲଢ଼ିଥିବାବେଳେ ସେଠାରେ ବି ଆସନରେ ଦୁଇ ଅଙ୍କ ଛୁଇଁ ପାରିନାହିଁ ରାହୁଲଙ୍କ ଦଳ। ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ହେଲା ପ୍ରଥମ ନିର୍ବାଚନ। ଯେଉଁ ଧାରା 370କୁ ନେଇ ଘାଟିରେ ରହିଛି ଲୋକଙ୍କ ସେଣ୍ଟିମେଣ୍ଟ, ତାକୁ ପ୍ରସଙ୍ଗ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଖୁସି କରିବାକୁ ଆହ୍ବାନ ଦେଲା ନ୍ୟାସନାଲ୍ କନଫରେନ୍ସ। କିନ୍ତୁ ଏମିତି ଦେଶ ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳଙ୍କ ସହ ହାତ ମିଳାଇବା କଂଗ୍ରେସ ପାଇଁ ମହଙ୍ଗା ପଡୁଛି । ଦେଶର ଅନ୍ୟ ସ୍ଥାନରେ କଂଗ୍ରେସର ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡୁଛି। ୨୦୨୪ ସାଧାରଣ ନିର୍ବାଚନରେ ୟୁପିରେ ଅଖିଳେଶଙ୍କ କାନ୍ଧରେ ଆଉ ମହାରାଷ୍ଟ୍ରରେ ଶରଦ ପାୱାର ଆଉ ଉଦ୍ଧବ ଠାକରେଙ୍କ ହାତ ଧରି କଂଗ୍ରେସ ୯୯ ପର୍ଯ୍ୟନ୍ତ ସିନା ପହଞ୍ଚିଯାଇଥିଲା । କିନ୍ତୁ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବୃଦ୍ଧି ନେଇ କଂଗ୍ରେସ ଯେଉଁ ଛାତି ପିଟୁଥିଲା ତାହା ଆଜି ପୁଣି ଫୁସକି ଯାଇଛି । କଂଗ୍ରେସକୁ ଦେଶବାସୀ ରିଜେକ୍ଟ କରିସାରିଥିବା ନେଇ ବିଜେପି ଯାହା ଦାବି କରି ଆସୁଥିଲା ତାହା ପୁଣି ଥରେ ପ୍ରମାଣିତ ହୋଇଛି ।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The poor army of the country stands with the Prime Minister | Argus News