ଦେଶରେ ୫ ପ୍ରତିଶତ ତଳେ ପହଞ୍ଚିଛି ଦାରିଦ୍ର୍ୟ ହାର
·2 years ago·1 min read

ଅର୍ଗସ ବ୍ୟୁରୋ: ଗତ ୧୦ ବର୍ଷ ଭିତରେ ମୋଦି ସରକାରଙ୍କ ସାମାଜିକ ଆର୍ଥିକ ଯୋଜନାର ଅଦ୍ଭୂତପୂର୍ବ ପ୍ରଭାବ ଦେଶରେ ଦେଖିବାକୁ ମିଳିଛି। ଦେଶରେ ୫ ପ୍ରତିଶତ ତଳେ ପହଞ୍ଚିଛି ଦାରିଦ୍ର୍ୟ ହାର। ନୀତି ଆୟୋଗଙ୍କ ସର୍ବେକ୍ଷଣ ଅନୁସାରେ, ଭାରତର ଗ୍ରାମାଞ୍ଚଳ ଅଧିବାସୀଙ୍କ ଆୟ ବୃଦ୍ଧି ହୋଇଛି। ଏହାଦ୍ୱାରା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ରୋଜଗାର ତାରତମ୍ୟ କମିଛି।
ଅତିକମରେ ଏହି ସୂଚକାଙ୍କ ଦେଶରେ ଦାରିଦ୍ର୍ୟତା ହାରରେ ୫ ପ୍ରତିଶତ ହ୍ରାସ କରିଛି ବୋଲି କହିଛନ୍ତି ନିତି ଆୟୋଗ। ସର୍ଭେରେ ଜନସଂଖ୍ୟାକୁ 20 ଟି ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି ଏବଂ ତଥ୍ୟ ଦର୍ଶାଇଛି ଯେ ସମସ୍ତ ବର୍ଗ ପାଇଁ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ଗ୍ରାମାଞ୍ଚଳରେ 3,773 ଟଙ୍କା ଏବଂ ସହରାଞ୍ଚଳରେ 6,459 ଟଙ୍କା ରହିଛି। NSSO ସର୍ବେକ୍ଷଣରୁ ଜଣାପଡିଛି , 2011-12 ରେ ଏହି ବ୍ୟବଧାନ 84% ଥିଲା ଏବଂ 2022-23 ରେ 71% କୁ ଖସି ଆସିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: