Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆର୍ଟ ଅଫ୍ ଲିଭିଙ୍ଗ୍‌ର ଦଶମ ଅନ୍ତର୍ଜାତୀୟ ମହିଳା ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·1 year ago·2 min read
ଆର୍ଟ ଅଫ୍ ଲିଭିଙ୍ଗ୍‌ର ଦଶମ ଅନ୍ତର୍ଜାତୀୟ ମହିଳା ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

ବେଙ୍ଗାଲୁରୁ: ଆର୍ଟ ଅଫ୍ ଲିଭିଙ୍ଗ୍‌ର ଆନ୍ତର୍ଜାତୀୟ ମହିଳା ସମ୍ମିଳନୀର ଦଶମ ସଂସ୍କରଣକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 50ଟି ଦେଶରୁ 500ରୁ ଅଧିକ ପ୍ରତିନିଧି । ରାଷ୍ଟ୍ରପତି ନିଜ ସମ୍ବୋଧନରେ ଏହା କହିଛନ୍ତି ଯେ ପ୍ରତ୍ୟେକ ମହିଳା ନିଜ ଭିତରେ ଥିବା ପ୍ରତିଭା, ଗୁଣ, ଆଧ୍ୟାତ୍ମିକ ଶକ୍ତିକୁ ଜାଣନ୍ତୁ । ଏହାକୁ ବ୍ୟବହାର କରି ସମାଜ ଉପରେ ଏକ ସକରାତ୍ମକ ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ପକାନ୍ତୁ । ଯାହା ଅନ୍ୟ ମହିଳାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ ।


ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ଆର୍ଟ ଅଫ୍ ଲିଭିଙ୍ଗ୍ ବିଶ୍ୱର ଲୋକମାନଙ୍କୁ ଧ୍ୟାନ ଏବଂ ମାନବିକ ସେବା ମାଧ୍ୟମରେ ଆନ୍ତରିକ ଶାନ୍ତି ପାଇବା ପାଇଁ ପ୍ରେରଣା ଏବଂ ସାହାଯ୍ୟ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି, "ଆମେ ଏବେ ପ୍ରଯୁକ୍ତିବିଦ୍ୟା ବିଭ୍ରାଟ ସ୍ଥିତିରେ ଅଛୁ । ଏହି ପ୍ରତିଯୋଗିତାମୂଳକ ବିଶ୍ୱରେ ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେମିତି ଆମର ମାନବୀୟ ମୂଲ୍ୟବୋଧ ନହଜିଯାଉ । କାରଣ ମହିଳାମାନଙ୍କ ମଧ୍ୟରେ କରୁଣା ଓ ଦୟା ଭାବ ଥାଏ । ମେଣ୍ଟାଲ ହେଲ୍ଥ ସମ୍ପର୍କରେ କହିବାକୁ ଯାଇ ରାଷ୍ଟ୍ରପତି କହିଛନ୍ତି ଯେ, ମହିଳାମାନେ ମୁହଁ ଖୋଲି କହିବା ଶିଖନ୍ତୁ । ମାନସିକ ସ୍ତରରେ ମହିଳାମାନେ ସୁରକ୍ଷା ରହିଲେ ହିଁ ସମାଜରେ ଥିବା ପ୍ରତିବନ୍ଧକକୁ ହଟାଇପାରିବେ । ଆଗକୁ ଯାଇପାରିବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରବିଶଙ୍କର ମହିଳାମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଆମେ ଜଣେ ମହିଳାଙ୍କ ଆଖିରୁ ଗୋଟିଏ ଲୁହ ଝରିବାକୁ ଦେଇପାରିବୁ ନାହିଁ। ଏହି କଥାଟି ସମସ୍ତଙ୍କ ମନକୁ ଖୁବ ଛୁଇଁଥିଲା । ମହିଳାମାନଙ୍କ ମଧ୍ୟରେ ଦୟା ଭାବ ଥାଏ । ସେମାନେ ତାଙ୍କ ଭାବପ୍ରବଣ ଶକ୍ତି ଯୋଗୁଁ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥାନ୍ତି । ଯଦି ମହିଳାମାନେ ବିସ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକରେ ନେତୃତ୍ତ୍ୱ ଗ୍ରହଣ କରନ୍ତି ତେବେ ଆଜି ଆମେ ଦେଖୁଥିବା ଦ୍ୱନ୍ଦ୍ୱ, ବିବାଦ, ଯୁଦ୍ଧ ଏବଂ ବିଭିନ୍ନ ସାମାଜିକ ବିକୃତି ହ୍ରାସ ପାଇପାରେ କିମ୍ବା ବନ୍ଦ ମଧ୍ୟ ହୋଇପାରେ ବୋଲି କହିଥିଲେ ରବିଶଙ୍କର ।


ପ୍ରାୟ ଦୁଇ ଦଶନ୍ଧି ଧରି ଏବଂ 10 ସଂସ୍କରଣ ପର୍ଯ୍ୟନ୍ତ, IWC 115 ଟି ଦେଶର ଅନେକ ପ୍ରସିଦ୍ଧ ବକ୍ତା ଏବଂ 6,000 ପ୍ରତିନିଧିଙ୍କୁ ଏକତ୍ରିତ କରିଛି । 50 ରୁ ଅଧିକ ଦେଶରୁ 60+ ବକ୍ତା ଏବଂ 500 ରୁ ଅଧିକ ପ୍ରତିନିଧିଙ୍କ ସହିତ ଏହି ବର୍ଷର ସମ୍ମିଳନୀ ମହିଳାମାନଙ୍କ ପାଇଁ ପ୍ରତିଫଳିତ, ପ୍ରେରଣାଦାୟକ, ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ସେମାନଙ୍କର ଜୀବନ ସଂଘର୍ଷ ବାଣ୍ଟିବା ପାଇଁ ଏକ ପବିତ୍ର ସ୍ଥାନ । ଏହି ଆର୍ଟ ଅଫ୍ ଲିଭିଙ୍ଗ୍ ଇଣ୍ଟରନ୍ୟାସନାଲ୍ ସେଣ୍ଟରର ଶାନ୍ତ ପରିବେଶ ମଧ୍ୟରେ ଧ୍ୟାନ, ଶ୍ୱାସକ୍ରିୟା ଏବଂ ଯୋଗ ମାଧ୍ୟମରେ ଗଭୀର ଭାବରେ ବୁଡ଼ି ରହିପାରିବେ ।


Sponsored
The President of India inaugurates the Art of Living’s 10th International Women’s Conference | Argus News