Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ କଲେ ଯବାନଙ୍କ ସୌର୍ଯ୍ୟର ଜୟଜୟକାର

Ritu Das
Browse all articles by Ritu Das
·2 years ago·2 min read
ପ୍ରଧାନମନ୍ତ୍ରୀ କଲେ ଯବାନଙ୍କ ସୌର୍ଯ୍ୟର ଜୟଜୟକାର

ଅର୍ଗସ ବ୍ୟୁରୋ: ଚୀନ ସୀମାକୁ ଲାଗିଥିବା ହିମାଚଳ ପ୍ରଦେଶ ଲେପଚାରେ ଆଇଟିବିପି ଯାବନଙ୍କ ସହ ଦୀପାବଳି ମନାଇବାକୁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଆଇଟିବିପି ଯବାନଙ୍କୁ ଆଲୋକର ପର୍ବର ଶୁଭେଚ୍ଛା ଜଣାଇଲେ, ନିଜ ହାତରେ ମିଠା ଖୁଆଇଲେ ଓ ଉତ୍ସାହ ବଢାଇଲେ। ଏପରି ପାର୍ବଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପରିବାରଜନଙ୍କଠାରୁ ଦୂରରେ ରହି ସୀମା ସୁରକ୍ଷା କରୁଥିବା ଯାବନଙ୍କ ମଧ୍ୟରେ ଭରି ଦେଇଥିଲା ଆନନ୍ଦ। ଦେଶମାତୃକାର ସେବା ପାଇଁ ଆଇଟିବିପି ଯାବନଙ୍କ ମଧ୍ୟରେ ଆତ୍ମବଳ ଓ ଉତ୍ସାହ ଆହୁରୁ ବଢିଯାଇଥିଲା। ଯବାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ମନାଇବା 
ମୋ ପାଇଁ ଗର୍ବଭରା ଅନୁଭୁତି। ଯେପରି ଯେଉଁଠାରେ ଅଧୋଧ୍ୟା ସେଠାରେ ଭଗବାନ ରାମ। ସେହିପରି ଯେଉଁଠାରେ ମୁତୟନ ଅଛନ୍ତି ଯବାନ ତାହା ତାହା ମନ୍ଦିରଠାରୁ କମ୍ ନୁହେଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। 

ପ୍ରଧାନମନ୍ତ୍ରୀ ଆଇଟିବିପି ଯାବନଙ୍କୁ ସମ୍ବୋଧନ କରି କହିଥିଲେ ଆପଣମାନେ ଯେପର୍ଯ୍ୟନ୍ତ ସୀମାକୁ ସୁରକ୍ଷିତ ରଖିଥିବେ ସେପର୍ଯ୍ୟନ୍ତ ଦେଶ ବିକାଶର ରାସ୍ତାରେ ଆଗେଇ ଚାଲିଥିବ। ଭାରତର ସବୁ ଉପଲବ୍ଧିର ଶ୍ରେୟ ଆପଣଙ୍କୁ ଯାଉଛି ବୋଲି ସେନାର ଯବାନଙ୍କ ଉଦ୍ଦେଶ୍ୟରେ କହିଥିଲେ ପିଏମ୍ ମୋଦି। 
ଇଏ ପ୍ରଥମ ଅବସର ନୁହେଁ ଯେତେବେଳେ ପ୍ରଧାନମନ୍ତ୍ରୀ ଯବାନଙ୍କ ସହ ଦୀପାବଳି ମନାଇଛନ୍ତି। 2014ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ପ୍ରତ୍ୟେକ ଦୀପାବଳି ସେନାର ଯବାନଙ୍କ ଗହଣରେ ମନାଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

23 ଅକ୍ଟୋବର 2014ରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ପ୍ରଥମ ଦୀପାବଳି ମନାଇଥିଲେ ସିଆଚୀନ ଗ୍ଲେସିୟର ମୁତୟନ ଜବାନଙ୍କ ସହିତ। 11 ନଭେମ୍ବର 2015ରେ ପିଏମ୍ ଭାବେ ଦ୍ବିତୀୟ ଦିପାବଳୀ ମନାଇବାକୁ ଅମୃତସରର ଡୋଗ୍ରୀ ୱାର ମେମୋରିଆଲରେ ଯବାନଙ୍କ ଗହଣରେ ପହଞ୍ଚିଥିଲେ ମୋଦି। 30 ଅକ୍ଟୋବର 2016 ହିମାଚଳପ୍ରଦେଶର କିନୌରରେ ଯବାନଙ୍କ ସାଙ୍ଗରେ ଆଲୋକର ପର୍ବ ପାଳିଥିଲେ ପିଏମ୍। ସେହପିର 19 ଅକ୍ଟୋବର 2017ରେ ଜାମ୍ମୁ କାଶ୍ମୀର ଗୁରେଜ,
7 ନଭେମ୍ବର 2018ରେ ଉତ୍ତରାଖଣ୍ଡର ହରସିଲ ଗାଓଁ । 27 ଅକ୍ଟୋବର 2019ରେ ଜାମ୍ମୁ କାଶ୍ମୀରର ରାଜୌରୀ, 14 ନଭେମ୍ବର 2020ରେ ରାଜସ୍ଥାନର ଜୈସଲମେର, 4 ନଭେମ୍ବର 2021ରେ ଜାମ୍ମୁ କାଶ୍ମୀରର ନୌସେରା ଏବଂ ଗତବର୍ଷ ଅର୍ଥାତ 24 ଅକ୍ଟୋବର 2022ରେ କାରଗିଲରେ ସେନାର ଯବାନଙ୍କ ସହ ଦୀପାବଳି ମନାଇଥିଲେ ମୋଦି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ପ୍ରତ୍ୟକ ବର୍ଷ ଯବାନଙ୍କ ସହ ପ୍ରତ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀର ଦୀପାବଳି ପାଳନ ନା କେବଳ ଖୁସିର ଅବସର ଆଣିଦେଇଛି ବରଂ ଯାବନଙ୍କ ମଧ୍ୟରେ ପ୍ରତ୍ୟେକ ବର୍ଷ ଯେଉଁଭଳି ଯୋଶ ଭରିବାକୁ ପ୍ରୟାସ କରିଛନ୍ତି ମୋଦି ତାହା ସେମାନଙ୍କ ଆତ୍ମବଳ ଓ ସାହସକୁ ମଧ୍ୟ ବଳ ଯୋଗାଇଛି। ସେଥିପାଇଁ ତ ଏଲଏସିର ଗଲୱାନ ଘାଟି ଓ ପୋଙ୍ଗୱାଙ୍ଗରେରେ ଚୀନ ସେନାକୁ ମୁହଁତୋଡ ଜବାବ ଦେବା ହେଉ ବା ପିଓକେର ପଶି ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ଶିବିରକୁ ଧଂସ କରିବା ପରି ଅଭୁତପୂର୍ବ କାରନାମ କରିଦେଖାଇଛନ୍ତି ଭାରତୀୟ ସେନାର ବୀର ଯବାନ। ସେମାନଙ୍କ ମନରେ ବିଶ୍ବାସ ଜନ୍ମିଛି ମୋଦି ହେ ତୋ ମୁମକିନ୍ ହୌ। 

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
The Prime Minister | Argus News