Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ ବର୍ଷିଲେ ମୋଦି

Swoyangprjna Mishra
Browse all articles by Swoyangprjna Mishra
·1 year ago·1 min read
ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ ବର୍ଷିଲେ ମୋଦି

ଅର୍ଗସ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ବାବା ସାହେବ ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ `X'ରେ ପୋଷ୍ଟ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଦୀର୍ଘ ବର୍ଷ ଧରି ଲୋକଙ୍କୁ ଭ୍ରମିତ କରିଆସୁଛି କଂଗ୍ରେସ, ଯାହା ଗ୍ରହଣୀୟ ନୁହେଁ। କଂଗ୍ରେସ ଦଳ ବାବା ସାହେବ ଡକ୍ଟର V.R ଆମ୍ବେଦକରଙ୍କୁ ଯଥୋଚିତ ସମ୍ମାନ ଦେଇନାହିଁ। ଏତେ ଦିନ ଶାସନ କଲା ପରେ ବୀର ପୁରୁଷଙ୍କୁ କଂଗ୍ରେସ ଭୁଲିଯିବା ହୀନମନ୍ୟତାର ପରିଚୟ। SC/ST ସମୁଦାୟଙ୍କ ସ୍ଵାର୍ଥ ପ୍ରତି ଅଣଦେଖା କରିଆସିଛି କଂଗ୍ରେସ।


ବାବା ସାହେବ ଆମ୍ବେଦକରଙ୍କ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ଆମେ ଚେଷ୍ଟିତ। ପଛୁଆବର୍ଗଙ୍କ ହିତସାଧନ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଗତକାଲି ରାଜ୍ୟସଭାରେ ସମ୍ବିଧାନ ପ୍ରସଙ୍ଗରେ ଆଲୋଚନାବେଳେ ଆମ୍ବେଦକରଙ୍କୁ ଅପମାନିତ କରିବାର କଳା ଇତିହାସର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଶାହ କହିଥିଲେ SC-ST ସମ୍ପ୍ରଦାୟଙ୍କୁ କଂଗ୍ରେସ ଦଳ ବାରମ୍ବାର ଅଣଦେଖା କରିଆସିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଧର୍ମ ଆଧାରରେ ସଂରକ୍ଷଣ ଦେବା ସମ୍ବିଧାନ ବିରୋଧୀ । ଏହାକୁ ସଂବିଧାନ ରଚୟିତା ଡ଼ଃ ବି ଆର ଆମ୍ବେଦକରଙ୍କ ଧର୍ମ ଭିତ୍ତିକ ରିଜର୍ଭେସନ୍‌ କୁ ବିରୋଧ କରିଥିଲା।କିନ୍ତୁ ସେହି ସମୟରେ ନେହେରୁ ମୁସଲିମ ପର୍ସନାଲ ଲ ଆଣିଥିଲେ । ଯାହା କଂଗ୍ରେସର ଧର୍ମ ଭିତ୍ତିକ ବିଭାଜନର ଆରମ୍ଭ ଥିଲା । କଂଗ୍ରେସ ,ଭୋଟ ରାଜନୀତି ପାଇଁ ଏପରି ପ୍ରୟାସ କରି ସଂବିଧାନର ଅଧାର ଓ ଗଣତାନ୍ତ୍ରିକ ନୀତିକୁ ଅପମାନ କରୁଛି । ଧର୍ମ ଭିତ୍ତିକ ସଂରକ୍ଷଣ ହେଲେ ଏହା ପଛୁଆ ବର୍ଗ ,ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ ସହ ଅନ୍ୟାୟ ହେବ ବୋଲି କହି କଂଗ୍ରେସର ଧର୍ମ ଧର୍ମ ଆଧାରରେ ସଂରକ୍ଷଣ ଆଜେଣ୍ଡାକୁ ଟାର୍ଗେଟ କରି କଂଗ୍ରେସଙ୍କ ଉପରେ ବର୍ଷିଥିଲେ ଶାହ ।

Sponsored
The Prime Minister has criticized the Congress party for insulting Baba Saheb Ambedkar | Argus News