Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀର ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ଦିଲ୍ଲୀର ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ୧୧ଥର ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। 

ଏହି ଅବସରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ,  କାରଣ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣ । ଏହା ସହ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଛରେ ପକାଇଛନ୍ତି । ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୦ ଥର ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। 
ତେବେ ୧୭ ଥର ଓ ୧୬ ଥର ପତାକା ଉତ୍ତୋଳନ କରିଥିବା ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପଛରେ ମୋଦୀ ରହିଛନ୍ତି । ଉଦବୋଧନ ଏଥିପାଇଁ ଗୁରୁତ୍ବ କାରଣ ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କ କାର୍ଯ୍ୟସୂଚୀର ରୂପରେଖ ଏହି ଅବସରରେ ରଖନ୍ତି । ଗୁରୁତ୍ୱପୂର୍ଣ୍ଣ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକୁ ସମ୍ବୋଧିତ କରନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister | Argus News