Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିହାର ଜମୁଇରେ ନିଜ ଅଭିଭାଷଣରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago
ବିହାର ଜମୁଇରେ ନିଜ ଅଭିଭାଷଣରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବିହାର ଜମୁଇରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା । ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ଶ୍ରୀମତୀ ମୁର୍ମୁ ଆଦିବାସୀଙ୍କ ଉନ୍ନତି ପାଇଁ କହୁଥିଲେ । ପଛୁଆ ଆଦିବାସୀଙ୍କ ଉନ୍ନତି ପାଇଁ ମୋ ସହ ଅନେକବାର କଥା ହୋଇଥିଲେ ବୋଲି କହିଛନ୍ତି ମୋଦି । ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ୍‌ ଜନମନ ଯୋଜନା ଆରମ୍ଭ ହୋଇଛି । ଶ୍ରୀମତୀ ମୁର୍ମୁଙ୍କ ପାଇଁ ଏବେ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜନଜାତି ମନ୍ତ୍ରାଳୟ ହେଲା । ଏବେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ବଜେଟ ୧.୨୫ଲକ୍ଷ କୋଟି ଛୁଇଁଛି । ଆଦିବାସୀଙ୍କ ବିକାଶ ପାଇଁ ଏନ୍‌ଡିଏ ସରକାର ଅହରହ ଉଦ୍ୟମ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister praised the President in his speech in Bihar Jamui | Argus News