Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର କାରିଅପ୍ପା ପରେଡ ଗ୍ରାଉଣ୍ଡରେ ଅପରାହ୍ନ ୪ଟା ୩୦ରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଲି ପରେ ‘ଅମୃତ କାଲ କି ଏନସିସି' ବିଷୟବସ୍ତୁକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯାହା ଅମୃତ ପିଢିର ଯୋଗଦାନ ଓ ସଶକ୍ତିକରଣକୁ ପ୍ରଦର୍ଶିତ କରିବ।


‘ବସୁଧୈବ କୁଟୁମ୍ବକମ’ର ପ୍ରକୃତ ଭାରତୀୟ ଭାବନା ଅନୁରୂପ 24ଟି ବିଦେଶୀ ରାଷ୍ଟ୍ରର 2200 ଏନସିସି କ୍ୟାଡେଟ୍ ଓ ଯୁବ କ୍ୟାଡେଟ ଏହି ସମାରୋହରେ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ଭାଇବ୍ରାଣ୍ଟ ଭିଲେଜର 400ରୁ ଅଧିକ ସରପଞ୍ଚ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା 100 ରୁ ଅଧିକ ମହିଳା ମଧ୍ୟ ଏନସିସି ରାଲିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ ଓ ଜାତୀୟ ସେବା ଯୋଜନାର ସ୍ବଚ୍ଛାସେବୀଙ୍କ ସହ ବାର୍ତ୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister will address the NCC rally | Argus News