Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏସୀୟ ପାରା ଗେମ୍‌ସ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଏସୀୟ ପାରା ଗେମ୍‌ସ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଆଜି ଏସୀୟ ପାରା ଗେମ୍‌ସ ଅଂଶଗ୍ରହଣକାରୀ କ୍ରୀଡାବିତ୍‌ଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ । ଏସୀୟ ପାରା ଗେମ୍‌ସ-୨୦୨୨ରେ ଅଂଶଗ୍ରହଣ କରି ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଭବିଷ୍ୟତ ପ୍ରତିଯୋଗିତା ପାଇଁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । 

 ଅଧିକ ପଢନ୍ତୁ:ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ଏକକ ସ୍ଵର୍ଣ୍ଣ ପଦକ

ଏସୀୟ ପାରା ଗେମ୍‌ସ୍ -୨୦୨୨ରେ ଭାରତ ୨୯ଟି ସ୍ବର୍ଣ୍ଣପଦକ ସମେତ ମୋଟ ୧୧୧ଟି ପଦକ ବିଜୟୀ ହୋଇଛି ।  ପୂର୍ବ ଏସୀୟ ପାରା ଗେମ୍‌ସ-୨୦୧୮ ତୁଳନାରେ ଏଥର ପଦକ ସଂଖ୍ୟା ଶତକଡା ୫୪ଭାଗ ବୃଦ୍ଧି ଘଟିଛି  ଓ ୨୦୧୮ରେ ଜିତିଥିବା ସ୍ବର୍ଣ୍ଣପଦକ ତୁଳନାରେ ଏହା ଦୁଇଗୁଣ ଅଧିକ । କାର୍ଯ୍ୟକ୍ରମରେ  କ୍ରୀଡାବିତ, ପ୍ରଶିକ୍ଷକ  ସମେତ  ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ୍ରୀଡ଼ା ଖବର ଆହୁରି ପଢନ୍ତୁ

Sponsored