Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାଓ ପ୍ରଭାବିତ ଅଂଚଳରୁ ବିଜୟ ସଂକଳ୍ପ ଶଙ୍ଖନାଦ କରିବେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମାଓ ପ୍ରଭାବିତ ଅଂଚଳରୁ ବିଜୟ ସଂକଳ୍ପ ଶଙ୍ଖନାଦ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ମାଓ ପ୍ରଭାବିତ ଅଂଚଳରୁ ବିଜୟ ସଂକଳ୍ପ ଶଙ୍ଖନାଦ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡ ବସ୍ତର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓ ପ୍ରଭାବିତ ଅଂଚଳ ହୋଇଥିବାରୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦେକ୍ଷପ ନିଆଯାଇଛି । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ନାରା ହେଉଛି ଅବ୍ କି ବାର ୪୦୦ ପାର୍ ।

ଏଥିସହ ଛତିଶଗଡର ୧୧ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବ ବୋଲି ବିଜେପି ନେତାମାନେ ଦୃଢୋକ୍ତି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ରହିବେ । ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ପ୍ରଚାର କରିବେ । ଗତକାଲି ମୋଦି ବିହାର, ପଶ୍ଚିମବଙ୍ଗ ପରେ ମଧ୍ୟପ୍ରଦେଶରେ ବିଶାଳ ରୋଡ଼ ସୋ କରିଥିଲେ । INDI ମେଣ୍ଟକୁ ସନାତନ ବିରୋଧୀ ଓ ଦୁର୍ନୀତିଗ୍ରସ୍ତ କହି ପ୍ରଧାନମନ୍ତ୍ରୀ ଆକ୍ରମଣ କରିଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister will announce the victory resolution from the Maoist affected areas | Argus News