Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବ୍ୟକ୍ତିଙ୍କ ଶରୀରରେ ଗୁଡ଼ାଇ ହୋଇ ଗିଳିବାକୁ ଉଦ୍ୟମ କରୁଥିଲା ଅଜଗର

National

ବ୍ୟକ୍ତିଙ୍କ ଶରୀରରେ ଗୁଡ଼ାଇ ହୋଇ ଗିଳିବାକୁ ଉଦ୍ୟମ କରୁଥିଲା ଅଜଗର

Ritu Das
Browse all articles by Ritu Das
·1 year ago·1 min read
ବ୍ୟକ୍ତିଙ୍କ ଶରୀରରେ ଗୁଡ଼ାଇ ହୋଇ ଗିଳିବାକୁ ଉଦ୍ୟମ କରୁଥିଲା ଅଜଗର

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଶୌଚ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ୧୫ଫୁଟ ଲମ୍ବର ଏକ ଅଜଗର ତାଙ୍କ ଶରୀରରେ ଗୁଡ଼ାଇ ହୋଇ ଗିଳିବା ପାଇଁ ‌ଚେଷ୍ଟା କରିଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟକ୍ତି ଜଣକ ଉକ୍ତ ଅଜଗର ପାଟିକୁ ଧରି ଉଦ୍ଧାର ପାଇଁ ଡାକ ପକାଇଥିଲେ। ଡାକ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଅଜଗର କବଳରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଜବଲପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୪୦କିମି ଦୂର କୁଣ୍ଡମ ତହସିଲର କଲ୍ୟାଣପୁର ଗ୍ରାମରେ ଏହି ଘଟଣା ଘଟିଛି। ଗତ ରବିବାର ସକାଳେ ରାମ ସହାୟ ଶୌଚ ପାଇଁ ଘରପାଖ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ହଠାତ ସେଠାରେ ଲୁଚି ବସିଥିବା ଏକ ଅଜଗର ତାଙ୍କ ଉପରକୁ ଆକ୍ରମଣ କରିଥିଲା। ସଙ୍ଗେସଙ୍ଗେ ଅଜଗରଟି ରାମଙ୍କ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୁଡ଼ାଇ ହୋଇ ଗଳିବା ପାଇଁ ଉଦ୍ୟମ କରିଥିଲା। ରାମ ସଙ୍ଗେସଙ୍ଗେ ଅଜଗର ମୁହଁକୁ ଧରି ୨୦ମିନିଟ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସଂଘର୍ଷ କରିଥିଲେ। ରାମଙ୍କ ଡାକ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ଅଜଗର ଆକ୍ରମଣରୁ ଉଦ୍ଧାର ପାଇଥିଲେ।

ତେବେ ଅଜଗରକୁ ତଡ଼ିବା ପାଇଁ ଗ୍ରାମବାସୀଙ୍କ ପାଖରେ କୌଣସି ସାଧନ ନଥିଲା। ତେଣୁ ସେମାନେ କୁରାଢ଼ି  କଟୁରୀ ଯାହା ଧରିଥିଲେ ଅଜଗର ଉପୟରେ ଆକ୍ରମଣ କରିଥିଲେ। ଗ୍ରାମବାସୀଙ୍କ ଆକ୍ରମଣରେ ଅଜଗରର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ବନବିଭାଗ ଅଧିକାରୀ କହିଛନ୍ତି, କୌଣସି ମଣିଷର ଜୀବନ ରକ୍ଷା ପାଇଁ ହିଂସ୍ର ଓ ବିଷଧର ଜୀବଜନ୍ତୁଙ୍କ ହତ୍ୟାକୁ ଅପରାଧ ବୋଲି ଧରାଯିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
The python was trying | Argus News