Videos
|
National

ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ଆୟୋଜନ ହେଉଛି ରଜ ପର୍ବ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ଆୟୋଜନ ହେଉଛି ରଜ ପର୍ବ

ଅର୍ଗସ ବ୍ୟୁରୋ:  ସରିଛି ପହିଲି ରଜ । ଆଜି ରଜ ସଂକ୍ରାନ୍ତି । ରଜଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ । ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ । ନୂଆ ଡ୍ରେସ ସାଙ୍ଗକୁ ଅଳତା, କୁଙ୍କୁମ, ମେହେନ୍ଦି, ଚନ୍ଦନ ଏବଂ ଭଳିକି ଭଳି ଅନ୍ୟ ସାଜସଜ୍ଜା ସାମଗ୍ରୀରେ ସଜେଇ ହେଉଛନ୍ତି କୁଆଁରୀ ଆଉ ନବବିବାହିତା । ଘରେ ଘରେ ଜମୁଛି କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ । ପୋଡ଼ପିଠାର ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ । କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଭବନରେ ମଧ୍ୟ ଏତର ପାଳିତ ହୋଇଛି ରଜ ପର୍ବ।

ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ଆୟୋଜନ ହେଉଛି ରଜ ପର୍ବ। ରାଷ୍ଟ୍ରପତି ଭବନରେ ଥିବା cultural ସେଣ୍ଟର ହଲରେ ଆୟୋଜିତ ହୋଇଛି ରଜ ପର୍ବ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଳାକାର ମାନଙ୍କ ସହିତ ଫଟୋ ଉଠାଇଥିଲେ। ପ୍ରବାସୀ ଓଡ଼ିଆଙ୍କ ସହିତ ଅନେକ ଡିରେକ୍ଟର ଅଫିସର, ସେନା ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ଓଡ଼ିଶାର କଳାକାର ମାନେ ମଧ୍ୟ ନାଚ ଗୀତ ପରିବେଷଣ କରିଥିଲେ। ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ  ପାନର ମଜା ନେଇଥିଲେ ସମସ୍ତେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Raja festival is being organized for the first time at R | Argus News