ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ଲିଙ୍କ୍ ନେଇ ବଡ଼ ପ୍ରମାଣ

ଆକ୍ରମଣ ସମୟର ପୁରା ଭିଡିଓ ଉତ୍ତୋଳନ କରିଥିଲେ। ଏମାନଙ୍କ ଆକ୍ରମଣ ଶୈଳୀରୁ ପ୍ରମାଣିତ ହୋଇଛି ଏମାନେ ନେଇଥିଲେ ବିଧିବଦ୍ଧ ତାଲିମ। ଏମାନେ ଲଗାତାର ପାକିସ୍ତାନର କାରଚୀ ଓ ମୁଜଫରାବାଦ ସହ ଯୋଗାଯୋଗରେ ଥିଲେ । ପାକିସ୍ତାନରେ ଥିବା ଆତଙ୍କୀ ନେଟୱର୍କରୁ ସେମାନଙ୍କୁ ବାରମ୍ବାର ମିଳୁଥିଲା କମାଣ୍ଡ । ନରସଂହାର ପାଇଁ ନିଜକୁ ଦାୟୀ କରିଥିବା ଦି ରେଜିଷ୍ଟାନ୍ସ ଫୋର୍ସ ବା ଟିଆରଏଫ୍ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର ଏ ତୋଏବାର ପ୍ରକ୍ସିଂ ଟିମ୍ । ଲସ୍କର ଏ ତୋଏବାର ମୁଖ୍ୟ ମୋଷ୍ଟ ୱାଣ୍ଟେଡ୍ ହାଫିଜ ସଇଦ ହିଁ ଥିଲା 2008 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ । ପୁଣି ଏହି ଆକ୍ରମଣ ସହ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଆସିମ୍ ମୁନୀର ଗତ କିଛି ଦିନ ସହ ଦେଇଥିବା ସେହି ବୟାନକୁ ଯୋଡ଼ାଯାଉଛି ଯେଉଁଥିରେ ସେ ଏଭଳି ଆକ୍ରମଣ ପାଇଁ ଉସୁକାଇଥିଲେ।
ସ୍ପଷ୍ଟ ହେବାରେ ଲାଗିଛି ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର । ଏଥିସହ ପାଲଟା ଜବାବ ପାଇଁ ଆରମ୍ଭ ହୋଇଯାଇଛି କସରତ । ଘଟଣା ସମୟରୁ ହିଁ ଏ ନେଇ ମିଳିସାରିଛି ସ୍ପଷ୍ଟ ସଙ୍କେତ । ଖବର ପାଇବା କ୍ଷଣି ସାଉଦି ଆରବ ଗସ୍ତରେ ଥିବା ପିଏମ୍ ମୋଦି ତୁରନ୍ତ ଫୋନ୍ ଯୋଗେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ । ପିଏମଙ୍କଠାରୁ ନିର୍ଦ୍ଦେଶ ପାଇଁ ତୁରନ୍ତ ଜମ୍ମୁ କାଶ୍ମୀରରେ ପହଞ୍ଚିଲେ ଅମିତ୍ ଶାହ । ରାତିରେ ଶ୍ରୀନଗସ୍ଥିତ ରାଜଭବନରେ ଜମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ତମାମ ସୁରକ୍ଷା ଏଜେନ୍ସି ପ୍ରମୁଖଙ୍କ ସହ ବୈଠକ କଲେ। ତା ପରେ ସକାଳୁ ପହଲଗାମର ସେହି ଆକ୍ରମଣ ସ୍ଥଳକୁ ବି ଗଲେ, ପୀଡ଼ିତଙ୍କୁ ଭେଟିଲେ । ଶ୍ରୀନଗରରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଆତଙ୍କୀଙ୍କୁ କଡ଼ା ଚେତାବନୀ ଦେଲେ । 'ଆତଙ୍କବାଦ ଆଗରେ ମୁଣ୍ଡ ନୁଆଇଁବ ନାହିଁ ଭାରତ । ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ।
ସେପଟେ ଦୁଇ ଦିନିଆ ସାଉଦି ଆରବ ଗସ୍ତ ଅଧାରେ ଛାଡ଼ି ମଙ୍ଗଳବାର ରାତିରେ ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି। ନୈଶ୍ୟ ଭୋଜି ବାତିଲ କରି ବିମାନରେ ବସି ସିଧା ନୂଆଦିଲ୍ଲୀ ପହଞ୍ଚିଲେ। ବିମାନ ବନ୍ଦରରେ ଥିବା ବାୟୁସେନା ଅଫିସରେ ହିଁ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କଲେ । ସେପଟେ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। କହିଛନ୍ତି ଭାରତକୁ କେହି ଡରାଇ ପାରିବେ ନାହିଁ । ଦୋଷୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ।
ସେପଟେ ପହଲଗାମରେ ତଦନ୍ତ ପାଇଁ ପହଞ୍ଚିଛି ଏନଆଇଏ ଟିମ୍ । ଆତଙ୍କବାଦୀଙ୍କୁ ଧରିବାକୁ ଚାଲିଛି ବଡ଼ ଧରଣର ଅପରେସନ୍ । ସୀମାନ୍ତରେ ହେଲିକପ୍ଟର ଓ ଡ୍ରୋନ୍ ସାହାଯ୍ୟରେ ଚାଲିଛି ଛାନଭିନ୍। ଜାମ୍ମୁ-କାଶ୍ମୀରର ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା ବଳଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।