Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୬ ଦିନ ହେଲାଣି ଚାଲିଛି ରେସ୍କ୍ୟୁ ଅପରେସନ୍, ଏବେବି 350ରୁ ଅଧିକ ଲୋକ ନିଖୋଜ

National

୬ ଦିନ ହେଲାଣି ଚାଲିଛି ରେସ୍କ୍ୟୁ ଅପରେସନ୍, ଏବେବି 350ରୁ ଅଧିକ ଲୋକ ନିଖୋଜ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୬ ଦିନ ହେଲାଣି ଚାଲିଛି ରେସ୍କ୍ୟୁ ଅପରେସନ୍, ଏବେବି  350ରୁ ଅଧିକ ଲୋକ ନିଖୋଜ

ଅର୍ଗସ ବ୍ୟୁରୋ:  କେରଳ ୱାଏନାଡ଼ରେ ଏବେ ବି 350ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ମାଟି, ପଥର ତଳୁ ଖୋଜା ଚାଲିଛି ଜୀବନ । 6 ଦିନରେ ଜୋରସୋରରେ ଚାଲିଛି ରେସ୍କ୍ୟୁ ଅପରେସନ୍ । ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 350 ଟପି ଥିବାବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଆହତ ଅବସ୍ଥାରେ ଉଦ୍ଧାର ପରେ ଶତାଧିକ ଲୋକେ ଏବେ ବିଭିନ୍ନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସେପଟେ ସାମ୍ନାକୁ ଆସିଲା ଭୂସ୍ଖଳନ ସ୍ଥଳର ଏକ୍ସକ୍ଲୁସିଭ ଚିତ୍ର । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗାଁ ମୁଣ୍ଡକାଇରେ ପହଞ୍ଚି ସ୍ଥିତି ପରିଖିଛି ଅର୍ଗସ ଟିମ୍ । ମୁଣ୍ଡକାଇ ଗାଁର ଉପର ପାହାଡ଼ରୁ ହିଁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡ ସ୍ଲାଇଡ୍ । ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଖଣ୍ଡ ଖସି ଅଧା ଗାଁକୁ ମାଟିରେ ମିଶାଇ ଦେଇଛି । ପାଣିରେ ବୋହି ହୋଇଯାଇଛି ଲୋକଙ୍କ ଘର ଓ ଦୋକାନ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The rescue operation has been going on for 6 days, still more than 350 people are missing | Argus News