ଏସିଆ ମହାଦେଶର ସବୁଠୁ ଧନୀ ଗାଁ ଭାରତରେ, ବ୍ୟାଙ୍କ ବାଲାନ୍ସ ୭ ହଜାର କୋଟି...

Key Points
ଏହି ଗାଁରେ ପାଖାପାଖି ୩୨ ହଜାର ଲୋକ ବାସ କରନ୍ତି । ଗାଁ ଲୋକଙ୍କ ପାଖରେ ପ୍ରଚୁର ପରିମାଣର ସମ୍ପତ୍ତି ଅଛି । ବ୍ୟାଙ୍କରେ ସେମାନଙ୍କର ସ୍ଥାୟୀ ଜମା ପରିମାଣ ୭,୦୦୦ କୋଟି ଟଙ୍କା।
ଏସିଆ ମହାଦେଶର ଅନେକ ସ୍ଥାନରେ ଅନେକ ଧନୀ ସହର ରହିଛି । କିନ୍ତୁ ଏସିଆ ମହାଦେଶର ସବୁଠୁ ଧନୀ ଗାଁ ଭାରତରେ ଅବସ୍ଥିତ । ଏହି ଗାଁ ମାଧପୁର ନାଁରେ ପରିଚିତ । ମାଧପୁରରେ ଅଧିକ ଅଣ ଆବାସୀ ଭାରତୀୟ ରହିଥାନ୍ତି । ସେମାନେ ହିଁ ଗାଁର ଉନ୍ନତି ପାଇଁ ଟଙ୍କା ଦାନ କରିଥାନ୍ତି । ଯାହା ଫଳରେ ରାସ୍ତା ଏବଂ ସ୍କୁଲ ଭଳି ଭିତ୍ତିଭୂମିରେ ଉନ୍ନତି ଆସିବ । ଅନ୍ୟ ଗାଁରେ ସାଧାରଣତଃ ଏପରି ଦେଖାଯାଏ ନାହିଁ।
ମାଧପୁର ଗାଁ ଗୁଜୁରାଟର ଭୁଜ୍ରେ ଅବସ୍ଥିତ । ଏହି ଗାଁରେ ପାଖାପାଖି ୩୨ ହଜାର ଲୋକ ବାସ କରନ୍ତି । ଗାଁ ଲୋକଙ୍କ ପାଖରେ ପ୍ରଚୁର ପରିମାଣର ସମ୍ପତ୍ତି ଅଛି । ବ୍ୟାଙ୍କରେ ସେମାନଙ୍କର ସ୍ଥାୟୀ ଜମା ପରିମାଣ ୭,୦୦୦ କୋଟି ଟଙ୍କା। ଏହି ଆର୍ଥିକ ସଫଳତାକୁ ଭାରତ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦିଆଯାଇଛି।
ଏହି ଗାଁର ଅଧଇକ ଉନ୍ନତି ମୂଳକ ଜିନିଷ ସେଠାକାର ଅଣ ଆବାସୀ ଭାରତୀୟ ମାନଙ୍କ ଦ୍ଵାରା ହିଁ ସମ୍ଭବ ଅଟେ । ଯେଉଁମାନେ ସେଠାକାର ସମ୍ପୂର୍ଣ୍ଣ ଜନସଂଖ୍ୟାର ୬୫ ପ୍ରତିଶତ ଅଟନ୍ତି । ଏହି ଅଣ ଆବାସୀ ଭାରତୀୟ ମାନେ ଆଫ୍ରିକା, ଆମେରିକା, କାନାଡା , ଅଷ୍ଟ୍ରେଲିଆ ଏବଂ ନିଉଜଲ୍ୟାଣ୍ଡ ଆଦିର ଅଟନ୍ତି । ସେଠାକାର ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା , ସ୍ଵାସ୍ଥ୍ୟ ସୁବିଧା ଆଦି ଭିତ୍ତିଭୂମିର ଉନ୍ନତି ପାଇଁ ଟଙ୍କା ଦେଇଥାନ୍ତି ।
ପ୍ରବାସୀ ଭାରତୀୟ (NRI)ଙ୍କ ଦ୍ୱାରା କରାଯାଇଥିବା ନିବେଶ ମାଧପୁରକୁ ଏକ ଆର୍ଥିକ କେନ୍ଦ୍ରରେ ପରିଣତ କରିଛି। ଏହି ଯଥେଷ୍ଟ ନିବେଶ ଦେଶବ୍ୟାପୀ ସରକାରୀ ଏବଂ ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଛି। ବର୍ତ୍ତମାନ, ମାଧପୁରରେ SBI, HDFC, ICICI, ଏବଂ PNB ସମେତ ୧୭ଟି ପ୍ରମୁଖ ବ୍ୟାଙ୍କର ଶାଖା ରହିଛି। ମାଧପୁରର ଗ୍ରାମବାସୀମାନେ ବିଶ୍ୱବ୍ୟାପୀ ରହିଛନ୍ତି । କିନ୍ତୁ, ବିଭିନ୍ନ ଦେଶରେ କାର୍ଯ୍ୟ କରିବା ସତ୍ତ୍ୱେ, ସେମାନେ ଭିତ୍ତିଭୂମି ବିକାଶରେ ଆର୍ଥିକ ଅବଦାନ ଦିଅନ୍ତି, ଯାହା ଗ୍ରାମର ବାସିନ୍ଦାଙ୍କ ସହିତ ଗାଁକୁ ପ୍ରଗତି କରିବାରେ ସାହାଯ୍ୟ କରେ ।