Videos
|
National

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: `ଇମରଜେନ୍ସି'ର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମୁତାବକ ସ୍କୁଲ ପାଠ୍ୟକ୍ରମରେ ଇମରଜେନ୍ସି ସମୟରେ ହୋଇଥିବା ଅତ୍ୟାଚାର ଏବଂ ଦମନର ବାଖ୍ୟା କରିବ । ଯାହା ୧୯୭୫ରେ କଂଗ୍ରେସ ସରକାର ଦ୍ୱାରା ଲଗାଯାଇଥିଲା । ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ ହେଉଛି, ବର୍ତ୍ତମାନ ପିଢିକୁ ୧୯୭୫ ରୁ ୧୯୭୭ର ଇମରଜେନ୍ସି ସମୟରେ ହୋଇଥିବା ସଂଘର୍ଷକୁ ଅବଗତ କରିବା । ମୁଖ୍ୟମନ୍ତ୍ରୀ ଇମରଜେନ୍ସି ସମୟରେ ପରିସ୍ଥିତିମାନ, ଦମନ ଏବଂ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ୱାରା ଉଠାଯାଇଥିବା ଦୃଢ ପଦକ୍ଷେପକୁ ବିରୋଧ କରିବା ପାଇଁ ଗଣତନ୍ତ୍ର ସଂଗ୍ରାମୀଙ୍କ ନିଷ୍ଠା ଉପରେ ଏକ ଶିକ୍ଷା ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଇମରଜେନ୍ସି ସମୟରେ ସଂଘର୍ଷରେ ଭାଗ ନେଇଥିବା ଗଣତନ୍ତ୍ର ସଂଗ୍ରାମୀମାନଙ୍କ ପାଇଁ ଅନେକ ଅତିରିକ୍ତ ସୁବିଧାମାନ ମଧ୍ୟ ଘୋଷଣା କରିଛନ୍ତି । ସେ ଗଣତନ୍ତ୍ର ସେନାମାନଙ୍କୁ ୫୦ ପ୍ରତିଶତ ରିହାତିରେ ତିନି ଦିନ ପାଇଁ ସରକାରୀ ସର୍କିଟ ହାଉସରେ ରହିବାର ସୁବିଧା, ନେସନାଲ ହାଇୱେରେ ଟୋଲକୁ ଫ୍ରୀ, ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ହେଉଥିବା ଖର୍ଚ୍ଚର ପେମେଣ୍ଟରେ ସାହାଯ୍ୟ କରିବ । ଏହା ବ୍ୟତୀତ, ଗଣତନ୍ତ୍ର ସଂଗ୍ରାମୀମାନଙ୍କୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାମାନ ମାମଲାରେ ଏୟାର ଆମ୍ବୁଲାନ୍ସ ପ୍ରଦାନ କରାଯିବ । ଏବଂ ଏଥିସହ ଇମରଜେନ୍ସି ବିରୋଧୀ ଯୋଦ୍ଧାମାନଙ୍କ ଭଡାକୁ ୨୫ ପ୍ରତିଶତର ରିହାତି ମିଳିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The school curriculum | Argus News