Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ

National

ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ

Smruti Parija
Browse all articles by Smruti Parija
·1 year ago·1 min read
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ  ଦ୍ବିତୀୟ ବୈଠକ

ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ୍ ସଂଶୋଧନକୁ ନେଇ ଆଜି ସୁଦ୍ଧା JPCକୁ ଇମେଲ୍ ମାଧ୍ୟମରେ ସାରା ଦେଶରୁ 84 ଲକ୍ଷ ପ୍ରସ୍ତାବ ମିଳିଛି । ଏହାବ୍ୟତୀତ ବହୁ ସଂଖ୍ୟାରେ ଲିଖିତ ପ୍ରସ୍ତାବ ମଧ୍ୟ ମିଳିଛି । ମତାମତ ଓ ପ୍ରସ୍ତାବ ଦେବାପାଇଁ ଆଜି ଶେଷ ତାରିଖ ରହିଛି ।  

ପରବର୍ତ୍ତୀ ବୈଠକ ଗୁଡ଼ିକ ଦେଶର ବିଭିନ୍ନ ସହରରେ 26 ସେପ୍ଟେମ୍ବରରୁ 1 ଅକ୍ଟୋବର ମଧ୍ୟରେ ହେବ । ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଳୁରୁ, ଅହମ୍ମଦାବାଦ ସମେତ ବିଭିନ୍ନ ସହରରେ ଜନତାଙ୍କୁ ମତାମତ ଦେବା ପାଇଁ ଆହ୍ବାନ ଦେଇଥିଲା । ପୂର୍ବରୁ ଗତ ମାସରେ ଯୁଗ୍ମ ସଂସଦୀୟ କମିଟିର ପ୍ରଥମ ବୈଠକ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ପ୍ରଥମ ବୈଠକରେ ୪୪ଟି ସଂଶୋଧନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କମିଟିରେ 21 ଲୋକସଭା ଓ 10 ରାଜ୍ୟସଭା ସଦସ୍ୟ ସାମିଲ ଅଛନ୍ତି ।

ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଅଭିଯୋଗ ଓ ଦାବି ପରେ ସଂଶୋଧନ ବିଲ୍ ର ପୂର୍ଣ୍ଣାଙ୍ଗ ଯାଞ୍ଚ ପାଇଁ ଜେପିସିକୁ ପଠାଇଦେଇଥିଲେ ମୋଦି ସରକାର । ୱାକଫ ବିଲ୍ ଆଇନରେ ପରିଣତ ହେଲେ ମାଫିଆଙ୍କ କବଜାରୁ ମୁକ୍ତହେବ ୱକଫ୍ ବୋର୍ଡର ଅଧିକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The second session of the bi-parliamentary constituted for the Obacoaf Amendment Bill is about to begin | Argus News